ଶୁକ୍ରବାର ନୂଆପଡ଼ା ଉପନିର୍ବାଚନ ଫଳ

ନୂଆପଡ଼ା: ଶୁକ୍ରବାରନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ହେବ । ଶୁକ୍ରବାର ଫିଟିବ ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଗତ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ସରିଛି । ବିଳମ୍ବିତ ରାତିରେ ୩୫୮ଟି ଇଭିଏମ, ଭିଭିପାଟ ଓ ଅନ୍ୟ ମତଦାନ ସାମଗ୍ରୀ ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି । ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟରେ ଇଭିଏମ୍ ରହିଛି । ନୂଆପଡ଼ା ଏସପି ଅମ୍ରିତପାଲ ସିଂଙ୍କ ନେତୃତ୍ୱରେ ଅତିରିକ୍ତ ଏସପି, ୮ଜଣ ଡିଏସପି ସମେତ ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ), ଷ୍ଟେଟଆର୍ମ ପୁଲିସ ଫୋର୍ସ (ଏସଏପିଏଫ) ର ଯବାନମାନେ ୨୪ଘଣ୍ଟିଆ ପହରା ଦେଉଛନ୍ତି ।
ବୁଧବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨ ଲକ୍ଷ ୫୪ ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ୨ ଲକ୍ଷ ୧୨ ହଜାର ୩୮୫ ଜଣ ମତଦାନ କରିଛନ୍ତି । ସେଥିରୁ ପୁରୁଷ ୧ ଲକ୍ଷ ୩ହଜାର ୮୧୭ ଓ ମହିଳା ୧ଲକ୍ଷ ୮ହଜାର ୫୬୩ । ନ୍ୟାସନାଲ କଲେଜ ଗଣତି କେନ୍ଦ୍ରରେ ଭୋଟଗଣତି ହେବ ।

ଆସନ୍ତା ନଭେମ୍ବର ୧୪ ତାରିଖ ସକାଳ ୮ଟାରେ ପ୍ରଥମେ ବାଲାଟ୍ ପେପର ଗଣତି ହେବ ଓ ସକାଳ ସାଢ଼େ ୮ଟାରୁ ଇଭିଏମ ମତଦାନ ଗଣତି ଆରମ୍ଭ ହେବ । ଭୋଟଗଣତି କେନ୍ଦ୍ରରେ ୩୫୮ଟି ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଗଣତି ସହାୟକ, ସୁପରଭାଇଜର, ମାଇକ୍ରୋ ପର୍ୟ୍ୟବେକ୍ଷକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ତଦାରଖ କରିବେ ବୋଲି କହିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପୁରୁଷ ତୁଳନାରେ ପ୍ରାୟ ୫ହଜାର ଅଧିକ ମହିଳା ମତଦାନ କରିଛନ୍ତି । ଏହି ମହିଳା ଭୋଟ ନିର୍ଣ୍ଣାୟକ ହୋଇପାରେ ବୋଲି ଆକଳନ ହେଉଛି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ