ଶେଷ ଟି୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନ୍‌ରେ ହରାଇଲା ଭାରତ

ଅହମ୍ମଦାବାଦ- ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ ବାତିଲ୍‌ ହୋଇଥିବା ବେଳ ଭାରତ ତିନୋଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍‌ ଜିତିଛି । ସିରିଜ୍‌କୁ ଭାରତ ୩-୧ରେ ଜିତିଛି । ଅହମ୍ମଦାବାଦରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୨୩୨ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବ୍‌ରେ ଦକ୍ଷିଣ ଆଫ୍ରିକା ୮ ଓ୍ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟର ଡିକକ୍‌ ସର୍ବାଧିକ ୬୫ ରନ୍‌ କରିଥିଲେ । ଭାରତର ବରୁଣ ଚକ୍ରବର୍ତ୍ତୀ ୪ ଓ୍ୱିକେଟ୍‌ ହାସଲ କରିଥିବା ବେଳେ ,ଜସ୍‌ପ୍ରୀତ ବୁମରାହ୍‌ ୨ଟି, ଅର୍ଶଦୀପ ସିଂ ୧ ହାର୍ଦ୍ଦିକ ପାଣ୍ଡ୍ୟା୧ ଓ୍ୱିକେଟ୍‌ ନେଇଥିଲେ ।

ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୩୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ(୨୫ବଲ) ଏବଂ ତିଳକ ବର୍ମାଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ୭୩ (୪୨ବଲ) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୨୩୧ ରନ କରିଥିଲା। ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ହାର୍ଦ୍ଦିକଙ୍କ ୬୩ ରନର ପାଳି ମଧ୍ୟରେ ୫ ବିଶାଳ ଛକା ଓ ୫ ଚଉକା ସାମିଲ ଥିଲା। ସିରିଜ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ହେବ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ଦୁଇ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଭାରତକୁ ଭଲ ପ୍ରାରମ୍ଭ ହୋଇଥିଲେ। ଉଭୟେ ପ୍ରଥମ ଉଇକେଟରେ ୬୩ ରନ ଯୋଡ଼ିଥିଲେ। ୫.୪ ଓଭରରେ ଅଭିଷେକ ପ୍ରଥମ ଉଇକେଟ ଭାବେ ୨୧ ବଲରୁ ୩୪ ରନ କରି ଆଉଟ ହୋଇଥିଲେ। ସାମସନ ୨୨ ବଲରୁ ୩୭ ରନ କରି ଦ୍ବିତୀୟ ଉଇକେଟ ଭାବେ ୯୭ ରନରେ ଆଉଟ ହୋଇଥିଲେ। ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ଏହି ମ୍ୟାଚରେ ବିଫଳ ହୋଇଥିଲେ। ସେ ମାତ୍ର ୫ ରନ କରିଥିଲେ।

ତେବେ ତିଳକ ବର୍ମା ଏବଂ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ। ପାଣ୍ଡ୍ୟାଙ୍କ ବ୍ୟାଟରୁ ୫ ଟି ବିଶାଳ ଛକା ଦେଖିବାକୁ ମିଳିଥିଲା। ଶିବମ ଦୁବେ ୩ ବଲରୁ ଗୋଟିଏ ଛକା ଏବଂ ଗୋଟିଏ ଚଉକା ସହିତ ୧୦ ରନ କରିଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ