ଶ୍ରୀମନ୍ଦିର ଧ୍ବଜା ବନ୍ଧା ନୀତି ସମୟ ବଦଳିଲା: ମୁଖ୍ୟ ପ୍ରଶାସକ

ପୁରୀ : କାର୍ତ୍ତିକ ମାସରେ ଅସମ୍ଭବ ଭିଡ଼ ଯୋଗୁ ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ଆଦେଶ ଦିଆଯାଇଛି। ପ୍ରତିିଦିନ ଅପରାହ୍ନ ସମୟରେ କମ୍‌ ଗହଳି ମଧ୍ୟରେ ଧ୍ୱଜାବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଧ୍ୱଜାବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ୱାର ବାହାର ରାସ୍ତାରେ ବହୁ ଭକ୍ତ ଗହଳି କରୁଛନ୍ତି। ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩ଟା ୩୦ ମି ସମୟରେ ଧ୍ୱଜା ବନ୍ଧା ସମାପନ କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚୁନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି।

Related Posts

ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

Continue reading
ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

ଘର ସଫା କରିବ ରୋବଟ୍

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର