ସତର୍କ ସଙ୍କେତ ଉପରେ ଜଳକା ଜଳସ୍ତର

ବାଲେଶ୍ୱର: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୁଧବାର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫ ମିଟର ରହିଛି । ମଙ୍ଗଳବାର ଭୋର ୪ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୧ ମିଟରରେ ପ୍ରବାହିତ ହେଉଥିଲା । ବୁଧବାର ପୂର୍ବାହ୍ନ ୯ଟା ସୁଦ୍ଧା ସତର୍କ ସଙ୍କେତ ଟପି ୬.୦୫ ମିଟରରେ ପ୍ରବାହିତ ହେଉଛି। ଯାହାକୁ ନେଇ ଜଳକାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବସ୍ତା ଓ ସଦର ବ୍ଲକର ଶତାଧିକ ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇଛି। ବନ୍ୟା ଆଶଙ୍କା ଚାଷୀଙ୍କୁ ଦୁର୍ଦ୍ଦଶା ଆଣିଦେଇଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ନଦୀ କୁଳିଆ ବାସିନ୍ଦା । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର। ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏଡିଏମ ସୁଧାକର ନାୟକ ସୂଚନା ଦେଇଛନ୍ତି ।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର