ସଫଳ ହେଲା ଇସ୍ରୋର ସ୍ପେଡେକ୍ସ ମିଶନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରୋ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛି ଯେ, ଇସ୍ରୋ ଏହାର ସ୍ପେଡେକ୍ସ ମିଶନ ଜରିଆରେ ମହାକାଶରେ ଦୁଇଟି ଉପଗ୍ରହର ଡକିଂ କରାଇ ଐତିହାସିକ ସଫଳତା ହାସଲ କରିଛି। ଏହି ମୁହୂର୍ତ୍ତକୁ ନେଇ ଗର୍ବ ଅନୁଭବ ହେଉଛି।
ଗତ ଜାନୁୟାରୀ ୧୨ରେ ଇସ୍ରୋ ଦୁଇଟି ମହାକାଶ ଯାନକୁ ମହାକାଶରେ ୩ ମିଟର ଦୂରତା ମଧ୍ୟରେ ରଖିବାରେ ସମର୍ଥ ହୋଇଥିଲା। ଏହା ପରେ ଦୁଇଟି ଉପଗ୍ରହକୁ ଡକ୍‌ କରିବା ଲାଗି ନିଜର ପରୀକ୍ଷଣ ଆରମ୍ଭ କରିଥିଲା ଏବଂ ମହାକାଶ ଯାନ ଦୁଇଟିକୁ ସୁରକ୍ଷିତ ଦୂରତାକୁ ଫେରାଇ ନେଇଥିଲା। ଗତ ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନର ଶୁଭାରମ୍ଭ ହୋଇଥିଲା।
ସ୍ପେଡେକ୍ସ ମିଶନର ଚେଜର ସାଟେଲାଇଟରେ ୪.୫ କିଲୋଗ୍ରାମର ପୋପେଲାଣ୍ଟ ବା ଇନ୍ଧନ ରହିଛି। ଏହି ଇନ୍ଧନ ଜରିଆରେ ଦୁଇଥର ଡକିଂ ଏବଂ ଅନଡକିଂ କରାଯାଇପାରିବ। ତେବେ ବର୍ତ୍ତମାନ ଅପରେସନାଲ ୱିଣ୍ଡୋ ଜାନୁୟାରୀ ୨୦ରେ ବନ୍ଦ ହୋଇଯିବ। ଏହା ପରେ ଆଗାମୀ ଉପଯୁକ୍ତ ଡକିଂ ୱିଣ୍ଡୋ ମାର୍ଚ୍ଚ ୨୫ରେ ଖୋଲିବ, ଯାହାକୁ ଆହୁରି ୬୫ ଦିନ ବାକି ରହିଛି। ସ୍ପେଡେକ୍ସ ମିଶନ ଭାରତ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ବାରା ଭାରତ ମହାକାଶରେ ଉପଗ୍ରହମାନଙ୍କର ନିର୍ଦ୍ଦିଷ୍ଟ ମିଳନସ୍ଥାନ ଏବଂ ଡକିଂ ପାଇଁ ଦରକାର ପଡୁଥିବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିପାରିବ। ଏହି ଜ୍ଞାନକୌଶଳ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ମହାକାଶ ଅଭିଯାନ ଯେପରିକି ଚନ୍ଦ୍ରଯାନ ଏବଂ ଅନ୍ୟାନ୍ୟ ଅଭିଯାନଗୁଡ଼ିକ ଲାଗି ନିତାନ୍ତ ଆବଶ୍ୟକ। ଏହି ମିଶନର ସଫଳତା ପରେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ ଏବଂ ଚୀନ ସମକକ୍ଷ ହୋଇପାରିଛି। ସ୍ପେଡେକ୍ସ ମିଶନ ସଫଳ ହେବା ପରେ ଭାରତ ୨୦୨୮ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରୁ ନମୁନା ସଂଗ୍ରହ କରି ଫେରିବା ମିଶନ ସମ୍ପନ୍ନ କରିବ। ଏହା ସହିତ ୨୦୪୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ କ୍ରୁ ସ୍ପେଶ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ସେଥିଲାଗି ଏହି ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ