ସଫଳ ହେଲା ଇସ୍ରୋର ସ୍ପେଡେକ୍ସ ମିଶନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରୋ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛି ଯେ, ଇସ୍ରୋ ଏହାର ସ୍ପେଡେକ୍ସ ମିଶନ ଜରିଆରେ ମହାକାଶରେ ଦୁଇଟି ଉପଗ୍ରହର ଡକିଂ କରାଇ ଐତିହାସିକ ସଫଳତା ହାସଲ କରିଛି। ଏହି ମୁହୂର୍ତ୍ତକୁ ନେଇ ଗର୍ବ ଅନୁଭବ ହେଉଛି।
ଗତ ଜାନୁୟାରୀ ୧୨ରେ ଇସ୍ରୋ ଦୁଇଟି ମହାକାଶ ଯାନକୁ ମହାକାଶରେ ୩ ମିଟର ଦୂରତା ମଧ୍ୟରେ ରଖିବାରେ ସମର୍ଥ ହୋଇଥିଲା। ଏହା ପରେ ଦୁଇଟି ଉପଗ୍ରହକୁ ଡକ୍‌ କରିବା ଲାଗି ନିଜର ପରୀକ୍ଷଣ ଆରମ୍ଭ କରିଥିଲା ଏବଂ ମହାକାଶ ଯାନ ଦୁଇଟିକୁ ସୁରକ୍ଷିତ ଦୂରତାକୁ ଫେରାଇ ନେଇଥିଲା। ଗତ ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନର ଶୁଭାରମ୍ଭ ହୋଇଥିଲା।
ସ୍ପେଡେକ୍ସ ମିଶନର ଚେଜର ସାଟେଲାଇଟରେ ୪.୫ କିଲୋଗ୍ରାମର ପୋପେଲାଣ୍ଟ ବା ଇନ୍ଧନ ରହିଛି। ଏହି ଇନ୍ଧନ ଜରିଆରେ ଦୁଇଥର ଡକିଂ ଏବଂ ଅନଡକିଂ କରାଯାଇପାରିବ। ତେବେ ବର୍ତ୍ତମାନ ଅପରେସନାଲ ୱିଣ୍ଡୋ ଜାନୁୟାରୀ ୨୦ରେ ବନ୍ଦ ହୋଇଯିବ। ଏହା ପରେ ଆଗାମୀ ଉପଯୁକ୍ତ ଡକିଂ ୱିଣ୍ଡୋ ମାର୍ଚ୍ଚ ୨୫ରେ ଖୋଲିବ, ଯାହାକୁ ଆହୁରି ୬୫ ଦିନ ବାକି ରହିଛି। ସ୍ପେଡେକ୍ସ ମିଶନ ଭାରତ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ବାରା ଭାରତ ମହାକାଶରେ ଉପଗ୍ରହମାନଙ୍କର ନିର୍ଦ୍ଦିଷ୍ଟ ମିଳନସ୍ଥାନ ଏବଂ ଡକିଂ ପାଇଁ ଦରକାର ପଡୁଥିବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିପାରିବ। ଏହି ଜ୍ଞାନକୌଶଳ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ମହାକାଶ ଅଭିଯାନ ଯେପରିକି ଚନ୍ଦ୍ରଯାନ ଏବଂ ଅନ୍ୟାନ୍ୟ ଅଭିଯାନଗୁଡ଼ିକ ଲାଗି ନିତାନ୍ତ ଆବଶ୍ୟକ। ଏହି ମିଶନର ସଫଳତା ପରେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ ଏବଂ ଚୀନ ସମକକ୍ଷ ହୋଇପାରିଛି। ସ୍ପେଡେକ୍ସ ମିଶନ ସଫଳ ହେବା ପରେ ଭାରତ ୨୦୨୮ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରୁ ନମୁନା ସଂଗ୍ରହ କରି ଫେରିବା ମିଶନ ସମ୍ପନ୍ନ କରିବ। ଏହା ସହିତ ୨୦୪୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ କ୍ରୁ ସ୍ପେଶ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ସେଥିଲାଗି ଏହି ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି