ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ବର : ବାରମ୍ବାର ତାଗିଦ୍ କରାଗଲା, ଚେତାବନୀ ମଧ୍ୟ ଦିଆଗଲା। ହେଲେ ଆଜି ବି ରାଜସ୍ବ ନିରୀକ୍ଷକ, ତହସିଲ ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟାଳୟରେ କର୍ମଚାରୀ, ଅଧିକାରୀଙ୍କ ଦେଖା ମିଳୁ ନାହିଁ। ଜରୁରୀ କାମରେ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ, କିନ୍ତୁ ଜନତାଙ୍କୁ ସେବା ପ୍ରଦାନ ପାଇଁ ସେଠାରେ ନିଯୁକ୍ତ ସରକାରୀ ବେତନଭୋଗୀ କାର୍ୟ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ଗତ ମାସରେ ଖୋଦ୍ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଟକ ସ୍ଥିତ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍‌ (ଆଇଜିଆର)ଙ୍କ କାର୍ୟ୍ୟାଳୟକୁ ହଠାତ୍ ପରିଦର୍ଶନରେ ଯାଇ ବହୁସଂଖ୍ୟକ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏପରି ଅବହେଳାକୁ ନେଇ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ପ୍ରତ୍ୟେକ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ କରିଛି। ମନ୍ତ୍ରୀଙ୍କ ନିର୍ଦେଶମତେ ମଙ୍ଗଳବାର ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖି ବାୟୋମେଟ୍ରିକ୍ ଉପସ୍ଥାନ ମେସିନ୍ ଲଗାଇବା ପାଇଁ କୁହାଯାଇଛି। ଏହି ନିର୍ଦେଶର ଅନୁପାଳନ ହେଲା କି ନାହିଁ ତାହା ମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବା ପାଇଁ ଜିଲାପାଳଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ରାଜସ୍ବ କାର୍ୟ୍ୟାଳୟରେ ବହୁ ପ୍ରକାର ସେବା ପ୍ରଦାନ କରାଯାଉଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଲୋକ ସେଠାକୁ ଆସିଥାନ୍ତି। ଏବେ ଧାନ ସଂଗ୍ରହ ପଞ୍ଜୀକରଣ ପାଇଁ ଚାଷୀଙ୍କର ଆରଆଇ କାର୍ୟ୍ୟାଳୟରେ କାମ ପଡୁଛି। ତେବେ ଅନେକ କାର୍ୟ୍ୟାଳୟରେ ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଅନୁପସ୍ଥିତ ଥିବାରୁ କାମ ହୋଇପାରୁ ନଥିବା ଅଭିଯୋଗ ହେଉଛି।

  • Related Posts

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ…

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର: ୬ ଓ ୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ