ସମ୍ବଲପୁର,16।09: ସମ୍ବଲପୁର ଏସ୍ଏମ୍ସି ଅନ୍ତର୍ଗତ ମହାବୀରପଡ଼ା, ଧନୁପାଲି ଓ ମାନେଶ୍ବର ବଜାର ଅଞ୍ଚଳରେ ଅଶୋଧିତ ଜଳଯୋଗାଣ ନେଇ ୱାଟ୍କୋର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସମ୍ବଲପୁର ମୁଖ୍ୟ ଜିଲ୍ଲା ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ (ଏଡିଏଚ୍ଓ) ଡାକ୍ତର ଅଶୋକ ଦାସ। ଏଠାରେ କିଛି ଅଞ୍ଚଳର ପାଇପ୍ଲାଇନ୍ ନଷ୍ଟ ହୋଇଯାଇଛି। ଏଚ୍ଟୁଏସ୍ ରିପୋର୍ଟରେ ପାଣିରେ ମଳ ସଂକ୍ରମିତ ଥାଇପାରେ ବୋଲି କୁହାଯାଇଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଆହୁରି କୁହାଯାଇଛି ଯେ ସେପ୍ଟେମ୍ବର ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏସ୍ଏମ୍ସି ଅନ୍ତର୍ଗତ ମାନେଶ୍ବର ଓ ବରେଇପାଲି ଅଞ୍ଚଳରୁ ପାଣି ନମୁନା ସଂଗ୍ରହ କରିଥିଲେ। ଏଚ୍ଟୁଏସ୍ ପରୀକ୍ଷଣରେ ମାନେଶ୍ବର ଅଞ୍ଚଳର ପାଣି ଅସୁରକ୍ଷିତ ଜଣାପଡ଼ିଥିଲା। ସର୍ବୋପରି ତାହା ଗୋଳିଆ ଓ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ଉକ୍ତ ପାଣି ବିଶୁଦ୍ଧିକରଣ ହୋଇ ନଥିବା ଦର୍ଶାଯାଇଛି। ଏଭଳି ଜଳଯୋଗାଣ ବ୍ୟବସ୍ଥା ଜାରି ରହିଲେ ସମ୍ବଲପୁରରେ ପୁଣି ୨୦୧୪ ଭଳି ଜଣ୍ଡିସ୍ ବ୍ୟାପିବ। ୨୦୧୯ ଓ ୨୦୨୪ ମସିହାରେ ମଧ୍ୟ ସହରରେ ଜଣ୍ଡିସ୍ ବ୍ୟାପିଥିଲା। ୨୦୧୪ରେ ସମ୍ବଲପୁରରେ ଜଣ୍ଡିସ୍ରେ ୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିଲେ। ଦୂଷିତ ଜଳଯୋଗାଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହା ପରେ ବି ସମ୍ବଲପୁର ସହରରୁ ଜଣ୍ଡିସ୍ ନିୟନ୍ତ୍ରିତ ହୋଇପାରି ନାହିଁ।
ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ
କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…




