ସମ୍ବଲପୁରରେ ପୁଣି ଜଣ୍ଡିସ୍‌ ବ୍ୟାପିବା ଆଶଙ୍କା

ସମ୍ବଲପୁର,16।09: ସମ୍ବଲପୁର ଏସ୍‌ଏମ୍‌ସି ଅନ୍ତର୍ଗତ ମହାବୀରପଡ଼ା, ଧନୁପାଲି ଓ ମାନେଶ୍ବର ବଜାର ଅଞ୍ଚଳରେ ଅଶୋଧିତ ଜଳଯୋଗାଣ ନେଇ ୱାଟ୍‌କୋର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସମ୍ବଲପୁର ମୁଖ୍ୟ ଜିଲ୍ଲା ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ (ଏଡିଏଚ୍‌ଓ) ଡାକ୍ତର ଅଶୋକ ଦାସ। ଏଠାରେ କିଛି ଅଞ୍ଚଳର ପାଇପ୍‌ଲାଇନ୍‌ ନଷ୍ଟ ହୋଇଯାଇଛି। ଏଚ୍‌ଟୁଏସ୍‌ ରିପୋର୍ଟରେ ପାଣିରେ ମଳ ସଂକ୍ରମିତ ଥାଇପାରେ ବୋଲି କୁହାଯାଇଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଆହୁରି କୁହାଯାଇଛି ଯେ ସେପ୍ଟେମ୍ବର ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଏସ୍‌ଏମ୍‌ସି ଅନ୍ତର୍ଗତ ମାନେଶ୍ବର ଓ ବରେଇପାଲି ଅଞ୍ଚଳରୁ ପାଣି ନମୁନା ସଂଗ୍ରହ କରିଥିଲେ। ଏଚ୍‌ଟୁଏସ୍‌ ପରୀକ୍ଷଣରେ ମାନେଶ୍ବର ଅଞ୍ଚଳର ପାଣି ଅସୁରକ୍ଷିତ ଜଣାପଡ଼ିଥିଲା। ସର୍ବୋପରି ତାହା ଗୋଳିଆ ଓ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ଉକ୍ତ ପାଣି ବିଶୁଦ୍ଧିକରଣ ହୋଇ ନଥିବା ଦର୍ଶାଯାଇଛି। ଏଭଳି ଜଳଯୋଗାଣ ବ୍ୟବସ୍ଥା ଜାରି ରହିଲେ ସମ୍ବଲପୁରରେ ପୁଣି ୨୦୧୪ ଭଳି ଜଣ୍ଡିସ୍‌ ବ୍ୟାପିବ। ୨୦୧୯ ଓ ୨୦୨୪ ମସିହାରେ ମଧ୍ୟ ସହରରେ ଜଣ୍ଡିସ୍‌ ବ୍ୟାପିଥିଲା। ୨୦୧୪ରେ ସମ୍ବଲପୁରରେ ଜଣ୍ଡିସ୍‌ରେ ୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିଲେ। ଦୂଷିତ ଜଳଯୋଗାଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହା ପରେ ବି ସମ୍ବଲପୁର ସହରରୁ ଜଣ୍ଡିସ୍‌ ନିୟନ୍ତ୍ରିତ ହୋଇପାରି ନାହିଁ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ