ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

ଭୁବନେଶ୍ୱର: ଜଣେ ୩୪ ବର୍ଷୀୀୟ ଯୁବକଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଏକ ପ୍ଲାଷ୍ଟିକ୍ ହୁଇସିଲ୍କୁ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ଡାକ୍ତରୀ ଟିମ୍ । ଅତ୍ୟାଧୁନିକ ଭେଂଟିଲେଟିଙ୍ଗ ବ୍ରୋଙ୍କୋସ୍କୋପି ଅପରେସନ ଦ୍ୱାରା ସଫଳତାର ସହିତ ହୁଇସିଲ୍ଟିକୁ ବାହାର କରାଯାଇଛି ।
ଅନୁଗୁଳ ଜିଲ୍ଲାର ଏହି ଯୁବକ ଜଣକ ଭୁଲବଶତଃ ଏକ ପ୍ଲାଷ୍ଟିକ୍ ହୁଇସିଲ୍ଟକୁ ଗିଳି ଦେଇଥିବା ବେଳେ ହୁଇସିଲ୍ଟି ଗଳା ବାଟେ ଯାଇ ଶ୍ୱାସନଳୀରେ ଅଟକି ଯାଇଥିଲା ।
ସେହି ହୁଇସିଲଟି ରୋଗୀଙ୍କର ଡାହାଣ ପାଶ୍ୱର୍ର ଫୁସ୍ଫୁସ୍ ନିକଟବର୍ତୀ ଶ୍ୱାସନଳୀରେ ଅଟକି ରହି ଶ୍ୱାସକି୍ରୟା ପ୍ରତି ବିପଦ ସୃଷ୍ଟି କରୁଥିଲା । ସେହିପରି ଛାତିରେ କଫ ସୃ୍ଷ୍ଟି ହେବା ସହ ଶ୍ୱାସ ନେବା ସମୟରେ ହୁଇସିଲ୍ରୁ ଶବ୍ଦ ମଧ୍ୟ ବାହାରୁଥିଲା । ଦୀର୍ଘ ୧୩ ଦିନ ରୁ ଅଧିକ ସମୟ ଧରି ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ୍ ବୁଲିବା ସତ୍ୱେ କୋ÷ଣସି ସୁଫଳ ମିଳି ନଥିବା ବେଳେ ଶେଷରେ ସେ ସମ୍ ହସ୍ପିଟାଲକୁ ଆସିଥିଲେ । ହସ୍ପିଟାଲର କର୍ଣ୍ଣ ନାସା ଓ ଗଳା ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ଦାସଙ୍କ ରୋଗୀଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ତାଙ୍କ ନେତୃତ୍ରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।
ଛାତିର ସିଟି ସ୍କାନ୍ କରିବା ପରେ ଡାହାଣ ପାଶ୍ୱର୍ର ଫୁସ୍ପୁସ୍ ନିକଟବର୍ତୀ ଶ୍ୱାସନଳୀ ହୁଇସିଲ୍ଟି ଅଟକି ରହିଥିବାର ଜଣାପଡ଼ିଥିଲା । ଜେନେରାଲ୍ ଆନେସ୍ଥେସିଆ ସାହାଯ୍ୟରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ଜରିଆରେ ହୁଇସିଲ୍ଟିକୁ ଶ୍ୱାସନଳୀରୁ ବାହାର କରିବାରେ ଆମେ ସଫଳ ହୋଇଥିଲୁ ବୋଲି ପ୍ରଫେସର ଦାସ କହିଛନ୍ତି ।
ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଭେନ୍ଟିଲେଟିଙ୍ଗ ଅପ୍ଟିକାଲ୍ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ରୋଗୀର ମୁଖ ଦେଇ ଏଣ୍ଡୋସ୍କୋପକୁ ଭର୍ତି କରାଯିବା ସହ ଏଣ୍ଡୋସ୍କୋପିକ୍ ମାଧ୍ୟମରେ ଶ୍ୱାସନଳୀରେ କେଉଁଠି ହୁଇସିଲ୍ଟି ଅଟକି ରହିଛି ତାହା ଆମେ ଜାଣିପାରିଥିଲୁ ଏବଂ କୋ÷ଣସି ପ୍ରକାର ବାହ୍ୟ ଛେଦନ କରା ନଯାଇ ହୁଇସିଲ୍ଟିକୁ ବାହାର କରିବାରେ ଆମେ ସକ୍ଷମ ହୋଇଥିଲୁ ବୋଲି ପ୍ରଫେସର ଦାସ କହିଛନ୍ତି ।
ରୋଗୀଟି ମାତ୍ର ଦୁଇ ଦିନ ହସ୍ପିଟାଲ୍ରେ ରହିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା ।
ପ୍ରଫେସର ଦାସଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅସ୍ତ୍ରୋପଚାରରେ କର୍ଣ୍ଣ, ନାସା ଓ ଗଳା ବିଭାଗର ଡାକ୍ତର ଆଲୋକ ଦାସ, ଡାକ୍ତର ମନସ୍ୱିନୀ ମଲ୍ଲିକ, ଡାକ୍ତର ପ୍ରସେନଜିତ୍ ବଳିଆର ସିଂ ଓ ଡାକ୍ତର ଅଂଶୁମାନ ସାହୁ ତଥା ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ଓ ପ୍ରଫେସର ଡାକ୍ତର ସୁମିତା ସ୍ୱାଇଁ ସହଯୋଗ କରିଥିଲେ ।

Related Posts

ସୋଆ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ…

ସମ୍ ହସ୍ପିଟାଲ୍ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋପôାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ…

Leave a Reply

Your email address will not be published. Required fields are marked *

You Missed

ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

କେନାଲକୁ ଖସିଲା କାର୍:୧୧ ମୃତ

କେନାଲକୁ ଖସିଲା କାର୍:୧୧ ମୃତ

୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ