ସରକାର ଚଳେଇବା ଜାଣେ ନାହିଁ ବିଜେପି: ଗୌତମବୁଦ୍ଧ ଦାସ

ଭୁବନେଶ୍ୱର: ରାଜ୍ୟରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ସ୍ଥିତି । ପ୍ରତ୍ୟେକ ଦିନ ହତ୍ୟାକାଣ୍ଡ, ଲୁଟ, ରାହାଜାନୀ, ମହିଳା ବିରୋଧୀ ହିଂସା ଘଟଣା ସାମ୍ନାକୁ ଆସୁଛି । ପବିତ୍ର ହୋଲି ପର୍ବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ରୁ ହତ୍ୟା, ଗୋଷ୍ଠୀ ସଂଘର୍ଷ ରିପୋର୍ଟ ହୋଇଛି । ଏହାକୁ ନେଇ ଆଜି ବିଜେଡି ବିଧାନସଭାରେ ସରକାରଙ୍କୁ ଘେରିଛି ।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, “ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଏକ ଅପାରଗ ସରକାର । ବିଜେପି ସରକାର ଚଳେଇବା ଜାଣେ ନାହିଁ । ମୋହନଙ୍କ ନେତୃତ୍ୱରେ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ପୋଲିସ ବ୍ୟବସ୍ଥା ରସାତଳକୁ ଯାଇଛି । ପୁରୀରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇନଥିଲା । ଆଇନ ମନ୍ତ୍ରୀ କହିଲେ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରାଯାଉଛି । ସେହିଦିନଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପର ମୁଁହା ହୋଇଛି । ଅପରାଧୀଙ୍କ ମନୋବଳ ବୃଦ୍ଧି ହୋଇଛି । ରାଜଧାନୀରେ ଦୁଇଟି ଘଟଣା ସହ ରାଜ୍ୟରେ ୯ଟି ହତ୍ୟା ହୋଲି ଦିନ ହୋଇଛି । ଅପରାଧୀ ରକ୍ତର ହୋଲି ଖେଳିଛନ୍ତି । ଏଭଳି ହୋଲି କେବେ କେହି ଦେଖିନଥିଲେ ।”

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ