ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେ ଟପ୍ପର କଟକର ପୁଷନ ମହାପାତ୍ର

ନୂଆଦିଲ୍ଲୀ:ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେଦେଶର ଅଢ଼େଇ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଟପ୍ପର ସାଜିଛନ୍ତି କଟକ କାଳିଗଳିର ସୁନା ପୁଅ ପୁଷନ ମହାପାତ୍ର। ସେ ସମୁଦାୟ ୮୦୦ ନମ୍ବରରୁ ୭୦୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଇଚ୍ଛା ଥିଲେ ସବୁ ସମ୍ଭବ। ସବୁଠାରୁ କଠିନ କାମକୁ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ଓଡ଼ିଆ ପୁଅ। ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ପୁଅ ପୁଷନ ମହାପାତ୍ର। ଏବେ ପୁଷନ କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ଏମ୍‌ବିବିଏସ୍‌ ପଢୁଛନ୍ତି।
ଆଗକୁ ସେ ମେଡିସିନ୍‌ ଓ ରେଡିଓଲୋଜିରେ ସ୍ନାତକୋତ୍ତର କରିବାର ଲକ୍ଷ୍ୟ ରଖିଛନ୍ତି। କଠିନ ପରିଶ୍ରମ ଦ୍ବାରା ସବୁକିଛି ହାସଲ କରିହେବ ବୋଲି କୁହନ୍ତି ପୁଷନ। ନିଜ ସଫଳତାର ଶ୍ରେୟ ସେ ତାଙ୍କ ବାପାମାଆ ଓ ବଡ଼ ଭଉଣୀଙ୍କୁ ଦେଇଛନ୍ତି। ଏଠାରେ ଆମେ ଜଣାଇ ଦେବାକୁ ଚାହିଁବୁ ଯେ, ପୁଷନଙ୍କ ବଡ଼ ଭଉଣୀ ମଧ୍ୟ ଜଣେ ଡାକ୍ତର। ପୁଷନ କହନ୍ତି ତାଙ୍କର ପରୀକ୍ଷା ଭଲ ହୋଇଥିଲା। ମାତ୍ର ସେ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିବେ ବୋଲି କେବେ କଳ୍ପନା ବି କରିନଥିଲେ। ଟପ୍ପର ହେବା ପରେ ତାଙ୍କର ସବୁ ସ୍ବପ୍ନ ଯେପରି ହାତ ମୁଠାରେ ପାଇ ଯାଇଛନ୍ତି ସେ। ପୁଷନଙ୍କ ମାନିବା କଥା ହେଉଛି; କୌଣସି ବି ସଫଳତା ପାଇଁ କଠିନ ପରିଶ୍ରମ, ବଡ଼ମାନଙ୍କ ଆଶୀର୍ବାଦ ଓ ଭାଗ୍ୟ ଭଲ ଥିବା ଆବଶ୍ୟକ। ନହେଲେ ହୁଏତ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ