ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର: ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳଙ୍କୁ ଶୁକ୍ରବାର ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ଅରୁଣଙ୍କ ନାମରେ ମାମଲା (ନଂ.୬୫୭/୨୬) ରୁଜୁ କରାଯାଇଛି। ତାଙ୍କ ବିରୋଧରେ ବିଏନ୍‌ଏସ ଧାରା ୬୪(୨)(ବି) ବଳାକତ୍ାର କରିବା, ୧୦୯(୧) ହତ୍ୟା ଉଦ୍ୟମ, ୧୧୫(୨) ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ୨୯୬ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ୩୫୧(୨) ଆପରାଧିକ ଉଦ୍ଦେଶ୍ୟ ରଖି ଧମକ ଦେବା ଓ ଧାରା ୩୫୧(୩) ଗୁରୁତର ଆପରାଧିକ ଧମକ ଭଳି ସଙ୍ଗିନ ଦଫା ଲାଗିଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଅରୁଣଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସେହିପରି ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ କହିଛି।
ଅଭିଯୋଗ ଓ ଥାନାଧିକାରୀ ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ସୂଚନା ଅନୁସାରେ, ଗତ ୨ବର୍ଷ ହେବ ପୀଡିତା ଯୁବତୀ ଜଣକ ପରିବହନ ବିଭାଗରେ ଚାକିରି କରୁଛନ୍ତି। ସେ ଅବିବାହିତ। ଅତିରିକ୍ତ ସଚିବ ଅରୁଣ ବିଭିନ୍ନ ସମୟରେ କାମ ନ ଥାଇ ତାଙ୍କ ଚାମ୍ବରକୁ ଡାକି କଥା ହେଉଥିଲେ। ଏପରିକି ତାଙ୍କ ଅଜାଣତରେ ମୋବାଇଲ୍‌ ଫୋନ୍‌ରୁ ଫଟୋ ନେଇ ଏହାକୁ ଏଡିଟ୍‌ କରି ଅଶ୍ଳୀଳ କରି ବ୍ଲାକ୍‌ମେଲିଂ କରୁଥିଲେ। ତାଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ଚାକିରିରୁ ବିଦା କରିବାର ଧମକ ଦେଉଥିଲେ। ଏଭଳି ବ୍ଲାକ୍‌ମେଲିଂ କରି ଅରୁଣ ତାଙ୍କୁ ଏକାଧିକଥର ବଳାକତ୍ାର କରିଥିବା ପୀଡିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅରୁଣଙ୍କ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ପୀଡିତା ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ସେ ଅରୁଣଙ୍କ ଫୋନ କଲ୍‌ ନ ଉଠାଇବା ସହ ଅଫିସ୍‌ରେ ଏତେଟା କଥା ହେଉ ନ ଥିଲେ। ତେବେ ଗୁରୁବାର ରାତି ପ୍ରାୟ ୨ଟାରେ ଅରୁଣ ତାଙ୍କୁ ଫୋନ୍‌ କରିଥିଲେ। ହେଲେ ପୀଡତା ନ ଉଠାଇବାରୁ ଅରୁଣ ସେ ରହୁଥିବା ୟୁନିଟ୍‌-୩ ପିଜି ହଷ୍ଟେଲକୁ ଯାଇ କବାଟ ବାଡେଇଥିଲେ। ସେ କବାଟ ଖୋଲିବା ପରେ ଅରୁଣ ତାଙ୍କୁ ବଳାକତ୍ାର ଉଦ୍ୟମ କରିଥିଲେ। ହେଲେ ପୀଡିତା ତାଙ୍କୁ ବିରୋଧ କରିବାରୁ ସେ ତାଙ୍କ ତଣ୍ଟିଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଅରୁଣଙ୍କ ଏଭଳି ପାଗଳାମି ବଢିବା ପରେ ସେ ୧୧୨କୁ ଫୋନ କରି ପିସିଆର୍‌ ଭ୍ୟାନ୍‌କୁ ଡାକିଥିଲେ। ପିସିଆର୍‌ ପୋଲିସ ପହଞ୍ଚତ୍ ଅରୁଣଙ୍କୁ ବୁଝାଇଥିଲେ। ହେଲେ ସେ ନ ବୁଝି ପୁଣି ଉପତ୍ାତ କରିବାରୁ ତାଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ଶୁକ୍ରବାର ସକାଳୁ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅରୁଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଅରୁଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ନିଲମ୍ବନ କରାଯାଇପାରେ ବୋଲି ସୂଚନା ମିଳିଛି।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ