ସହରାଞ୍ଚଳରେ ନାଗରିକ ସେବାରେ ପରିବର୍ତ୍ତନ ପାଇଁ ଆର.ଟି.ପି.ଏସ୍. ଅଧିନିୟମ ସମ୍ପର୍କରେ ବୈଠକ

ଭୁବନେଶ୍ବର, ୧୭।୮: “ନାଗରିକ-ପ୍ରଥମ” ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୁରୁତ୍ଵ l ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଭାଗ ପାଇଁ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରି ଶ୍ରୀମତୀ ପାଢୀ କହିଛନ୍ତି, “ଜନସେବା ଅଧିକାର ଆଇନ କେବଳ ସେବା ପ୍ରଦାନର ଏକ ଉପକରଣ ନୁହେଁ, ଏହା ଶାସନକୁ ପୁନଃ ପରିଭାଷିତ କରିବା ପାଇଁ ଏକ ପ୍ରତିବଦ୍ଧତା। ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ଦକ୍ଷତା ଏବଂ ସ୍ୱଚ୍ଛତାକୁ ଅନ୍ତର୍ଭୁକ୍ତ କରି, ଆମେ ଏପରି ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ନାଗରିକମାନେ ଶାସନକୁ ଏକ ଅଧିକାର ଭାବରେ ଅନୁଭବ କରିବେ, ଅନୁଗ୍ରହ ନୁହେଁ। ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର (ସି.ୱାଇ.ଏସ୍.ଡି.)ର ସହ-ପ୍ରତିଷ୍ଠାତା ତଥା ପରାମର୍ଶଦାତା ଶ୍ରୀ ଜଗାନନ୍ଦ ଆର.ଟି.ପି.ଏସ୍. ଅଧିନିୟମର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା ପ୍ରଦାନ କରିଥିଲେ। ସୂଚନା ଅଧିକାର ଅଧିନିୟମ ସହିତ ସମାନତା ଦର୍ଶାଇ ସେ ଉଲ୍ଲେଖ କରିଥିଲେ ଯେ ଆର.ଟି.ପି.ଏସ୍. ସହରାଞ୍ଚଳ ଶାସନରେ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିପାରିବ। ଏହାକୁ ଆଗକୁ ନେବା ପାଇଁ ଦକ୍ଷତା ବିକାଶ , ସିଷ୍ଟମ ରି-ଇଞ୍ଜିନିୟରିଂ, ପ୍ରଭାବଶାଳୀ ରେକର୍ଡ ରଖିବା ଏବଂ ନାଗରିକ-ଭିତ୍ତିକ ସଂସ୍କାରର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବି.ଡି.ଏ.ର ଉପାଧ୍ୟକ୍ଷ ଡ.ଏନ୍.ତିରୁମାଲା ନାୟକ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ବି. ଏମ୍. ସି. ର କମିଶନର ଶ୍ରୀ ଚଞ୍ଚଲ ରାଣା, ଅତିରିକ୍ତ ସଚିବ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଏବଂ ଅତିରିକ୍ତ ସଚିବ ଶ୍ରୀ ଏସ୍. ରାଉତ୍ରେଙ୍କ ସମେତ ଅନ୍ଯାନ୍ଯ ପଦଧିକାରୀ ମାନେ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଏକ ପ୍ରଶାସନିକ ଢାଞ୍ଚା ନିର୍ମାଣ ପାଇଁ ବିଭାଗର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା ଯାହା ନାଗରିକମାନଙ୍କୁ ପ୍ରଥମେ ରଖେ ଏବଂ ସମଗ୍ର ସହରାଞ୍ଚଳରେ ସମୟୋଚିତ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ ସାର୍ବଜନୀନ ସେବା ସୁନିଶ୍ଚିତ କରେ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ