ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

ନୂଆଦିଲ୍ଲୀ : ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୨୬୦ କୋଟି ଟଙ୍କାର ଠକେଇ ମାମଲା। ସାଇବର୍ ଅପରାଧୀଙ୍କ ଉପରେ ବଡ଼ ପ୍ରହାର୍। ଗ୍ଲୋବାଲ୍ ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ। ସିବିଆଇ ଏବଂ ଦିଲ୍ଲୀ ପୁଲିସର ଏଫଆଇଆରକୁ ଆଧାର କରି ଏହି ରେଡ୍ କରାଯାଉଛି। ଯାଞ୍ଚ ଏଜେସନ୍ସି ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ପୁଲିସ ଏବଂ ଯାଞ୍ଚ ଅଧିକାରୀ ଦର୍ଶାଇ ବହୁ ବିଦେଶୀ ଏବଂ ଭାରତୀୟ ନାଗରିକଙ୍କ ଠକୁଥିଲା। ଆଉ କିଛି ମାମଲାରେ ମାଇକ୍ରୋସପ୍ଟ ଓ ଆମାଜନ୍‌ର ଟେକ୍ ସପୋର୍ଟ ସାଜି ଠକେଇ କରିଥିଲା। ଲୋକଙ୍କୁ ଡରାଇ ଧମକାଇ ଡିଜିଟାଲ୍ ଆରେଷ୍ଟ କରି କୋଟି କୋଟି ଟଙ୍କା ଠକିଥିଲା। ଏହି ଟଙ୍କା ସବୁକୁ କ୍ରିପ୍ଟୋ କରେନ୍ସିରେ ପରିବର୍ତ୍ତନ କରି ମୁଖ୍ୟ ଅଭିଯୁକ୍ତ ନିକଟକୁ ପଠାଯାଇଥିଲା। ଏହିପରି ଭାବେ ଅଭିଯୁକ୍ତ ପ୍ରାୟ ୨୬୦ କୋଟିର ବିଟ୍ କଏନ୍ ଠୁଳ କରିଥିଲା। ଏହି ବିଟକଏନଗୁଡ଼ିକୁ USDTରେ ବଦଳାଇ ଅପରେଟରମାନଙ୍କ ମାଧ୍ୟମରେ UAEରେ ନଗଦରେ ପରିଣତ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ସାଇବର୍ ଅପରାଧର ନେଟୱାର୍କ ମାଡ଼ିଥିଲା। ଏହି ମାମଲାରେ ଏବେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବୁଧବାର ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ କରିଛି।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ