ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

ନୂଆଦିଲ୍ଲୀ : ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୨୬୦ କୋଟି ଟଙ୍କାର ଠକେଇ ମାମଲା। ସାଇବର୍ ଅପରାଧୀଙ୍କ ଉପରେ ବଡ଼ ପ୍ରହାର୍। ଗ୍ଲୋବାଲ୍ ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ। ସିବିଆଇ ଏବଂ ଦିଲ୍ଲୀ ପୁଲିସର ଏଫଆଇଆରକୁ ଆଧାର କରି ଏହି ରେଡ୍ କରାଯାଉଛି। ଯାଞ୍ଚ ଏଜେସନ୍ସି ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ପୁଲିସ ଏବଂ ଯାଞ୍ଚ ଅଧିକାରୀ ଦର୍ଶାଇ ବହୁ ବିଦେଶୀ ଏବଂ ଭାରତୀୟ ନାଗରିକଙ୍କ ଠକୁଥିଲା। ଆଉ କିଛି ମାମଲାରେ ମାଇକ୍ରୋସପ୍ଟ ଓ ଆମାଜନ୍‌ର ଟେକ୍ ସପୋର୍ଟ ସାଜି ଠକେଇ କରିଥିଲା। ଲୋକଙ୍କୁ ଡରାଇ ଧମକାଇ ଡିଜିଟାଲ୍ ଆରେଷ୍ଟ କରି କୋଟି କୋଟି ଟଙ୍କା ଠକିଥିଲା। ଏହି ଟଙ୍କା ସବୁକୁ କ୍ରିପ୍ଟୋ କରେନ୍ସିରେ ପରିବର୍ତ୍ତନ କରି ମୁଖ୍ୟ ଅଭିଯୁକ୍ତ ନିକଟକୁ ପଠାଯାଇଥିଲା। ଏହିପରି ଭାବେ ଅଭିଯୁକ୍ତ ପ୍ରାୟ ୨୬୦ କୋଟିର ବିଟ୍ କଏନ୍ ଠୁଳ କରିଥିଲା। ଏହି ବିଟକଏନଗୁଡ଼ିକୁ USDTରେ ବଦଳାଇ ଅପରେଟରମାନଙ୍କ ମାଧ୍ୟମରେ UAEରେ ନଗଦରେ ପରିଣତ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ସାଇବର୍ ଅପରାଧର ନେଟୱାର୍କ ମାଡ଼ିଥିଲା। ଏହି ମାମଲାରେ ଏବେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବୁଧବାର ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ କରିଛି।

  • Related Posts

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ମୋହାଲି: ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଅନେକ ଆହତ ହୋଇଥିବା…

    ରୁଷରେ ଅଜିତ ଡୋଭାଲ

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଘଝଇ) ଅଜିତ ଡୋଭାଲ…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ