ସାଇବର କ୍ରାଇମ୍‌ ଓ ଫାଇନାନ୍ସିଆଲ ଲିଟ୍ରେସି ସଚେତନତା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍‌ ଓ ଫାଇନାନ୍ସିଆଲ ଲିଟ୍ରେସି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ଡିଜିଟାଲ କାରବାର ବୃଦ୍ଧି ପାଉଥିବାବେଳେ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିହେବ ଏବଂ ଆର୍ଥିକ କାରବାର ସମୟରେ କେଉଁସବୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ସେନେଇ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଇକିଆ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ଅମିତ କୁମାର ସେଠୀ, ସମ୍ମାନିତ ଅତିଥିଭାବେ ଦଡୀଙ୍ଗିଆ ସମିତିସଭ୍ୟ ପ୍ରଦୀପ କୁମାର ପ୍ରଧାନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ଃ ଶ୍ୟାମସୁନ୍ଦର ଡାଙ୍ଗୁଆ ଯୋଗଦେଇଥିଲେ. ଅତିଥି ମାନେ ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନଲାଇନ୍‌ ଠକେଇ ପାଇଁ ସାଇବର ଅପରାଧୀମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଥିବା ସେ କହିଥିଲେ। ବିଶେଷକରି ଫୋନ୍‌ କଲ୍‌, ମେସେଜ୍‌, ଲିଙ୍କ୍‌ କିମ୍ବା ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରି ଆର୍ଥିକ ଠକେଇ କରାଯାଉଛି। ଏଥିସହ ‘ଡିଜିଟାଲ ଆରେଷ୍ଟ’ ନାମରେ ଭୟଭୀତ କରି ଲୋକଙ୍କଠାରୁ ବିପୁଳ ଟଙ୍କା ଠକିନେବା ଭଳି ଘଟଣା ସମ୍ପର୍କରେ ସେ ସଚେତନ କରିଥିଲେ।କୌଣସି ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ ଖାତା ସମ୍ପର୍କିତ ଗୋପନୀୟ ତଥ୍ୟ, ଓଟିପି, ପିନ୍‌ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସୂଚନା ପ୍ରଦାନ ନ କରିବାକୁ ସେ ପରାମର୍ଶ ଦେଇଥିଲେ। ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା କିମ୍ବା ଅଜଣା ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସାଇବର ଠକେଇ ସମ୍ପର୍କରେ ସଚେତନତା ହିଁ ଏଥିରୁ ରକ୍ଷା ପାଇବାର ଏକ ପ୍ରମୁଖ ଉପାୟ ବୋଲି ମତପ୍ରକାଶ କରିଥିଲେ।
ଏଥିସହ ଆର୍ଥିକ ସାକ୍ଷରତା ସମ୍ପର୍କରେ ମଧ୍ୟ ମ୍ୟାନେଜର ଶ୍ରୀ ସେଠୀ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ବ୍ୟାଙ୍କରେ ନିୟମ ଅନୁଯାୟୀ ଖାତା ଖୋଲିବା, ବ୍ୟାଙ୍କିଙ୍ଗ ସେବାର ସୁବିଧା ନେବା, ଋଣ ସମ୍ପର୍କିତ ତଥ୍ୟ ଜାଣିବା ଏବଂ ଋଣର ଅର୍ଥକୁ ଯୋଜନାବଦ୍ଧ ଭାବେ ବିନିଯୋଗ କରିବା ସମ୍ପର୍କରେ ସେ ବୁଝାଇଥିଲେ। ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କ ଋଣ ନେଇ ତାହାକୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରି ଆୟ ବୃଦ୍ଧି କରିବା ସହ ଋଣ ପରିଶୋଧନର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଆଲୋକ ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ନୀଳାଞ୍ଚଳ ସାହୁ ଓ ବିଭୁଭୂଷଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀଛାତ୍ର ଉପସ୍ଥିତ ରହିଥିଲେ.

ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ