ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ୧୮୧ରେ ଅଲଆଉଟ୍‌

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ ରୋମାଞ୍ଚକର ସ୍ଥିତି ଆଡକୁ ଅଗ୍ରସର ହେଉଛି। ବୋଲରଙ୍କୁ ସୁହାଉଥିବା ଏହି ପଡ଼ିଆରେ ଘରୋଇ ଅଷ୍ଟ୍ରେଲିଆ ଦଳ ବି ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଛି। ୨ୟ ଦିନରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ପାଳିରେ ୧୮୧ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ଭାରତ ଏହାର ୨ୟ ପାଳି ବ୍ୟାଟିଂ ଆରମ୍ଭ କରି ବିନା କୌଣସି ଉଇକେଟ ହରାଇ ୩୪ ରନ ସଂଗ୍ରହ କରିଛି।
ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୫ ରନରେ ଅଲଆଉଟ ହୋଇଯାଇଥିଲା। କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ। ରୁଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବଲାଣ୍ଡ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୮୧ ରନ କରିବାରେ ସମର୍ଥ ହୋଇଥିଲେ। ବ୍ୟୁ ୱେବଷ୍ଟର ସର୍ବାଧିକ ୫୭ ରନ କରିଥିଲେ। ଭାରତୀୟ ବୋଲର ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଭାରତ ୪ ରନରେ ଆଗୁଆ ରହିଛି। ୨ୟ ପାଳିରେ ଭାରତ ବ୍ୟାଟିଂ କରି ବିନା କୌଣସି ଉଇକେଟରେ ୩୪ ରନ ସଂଗ୍ରହ କରିଛି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ରହିଛି। ସିରିଜ ଡ୍ର ରଖିବାକୁ ହେଲେ ଭାରତକୁ ଶେଷ ମ୍ୟାଚ ଜିତିବାକୁ ହେବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ