
ମହାରାଷ୍ଟ୍ର: ମହାରାଷ୍ଟ୍ରର କଲ୍ୟାଣ-ଅହଲ୍ୟାନଗର ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ଡମ୍ଫର ଓ ଏକ କାର୍ ମଧ୍ୟରେ ଭୀଷଣ ଧକ୍କା ହେବା ଫଳରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଅତ୍ୟନ୍ତ ଗମ୍ଭୀର ଭାବରେ ଆହତ ହୋଇଛନ୍ତି। ଆଜି ସକାଳ ୧୧ଟା ସମୟରେ କଲ୍ୟାଣ ଓ ମୁରବାଡ ମାର୍ଗ ମଧ୍ୟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।
ଏହି ଘଟଣା ସଂକ୍ରାନ୍ତରେ ଖବର ପାଇ ଟିଟୱାଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି ସମ୍ପୂର୍ଣ୍ଣ ଚୁନା ହୋଇଯାଇଛି। କୁହାଯାଉଛି ଯେ, କାର୍ରେ ମୋଟ ୧୨ ଜଣ ଯାତ୍ରୀ ଥିଲେ। ଏହି କାରଟି ମୁରବାଡ ଯାଉଥିଲା।




