ନୂଆଦିଲ୍ଲୀ,19।08: ଭାରତ ଗସ୍ତରେ ଆସିିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ତାଙ୍କର ଭାରତ ପ୍ରତିପକ୍ଷ ଏସ୍ ଜୟଶଙ୍କର। କଥାବାର୍ତ୍ତା କାଳରେ ଜୟଶଙ୍କର କହିଛନ୍ତି ଯେ ଦୁଇ ଦେଶ ପରସ୍ପରର ସ୍ବାର୍ଥ ଓ ଉଦ୍ବେଗକୁ ସମ୍ମାନ ଦେବା ଦରକାର। ଏହା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଗୁରୁତ୍ବ ଦେବା ଦରକାର। ଜୟଶଙ୍କର କହିଛନ୍ତି ଯେ ସୀମାରେ ଶାନ୍ତି ବଜାୟ ରହିଲେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆସିପାରିବ। ଆଉ ଏହି ଉନ୍ନତିକୁ ଆଗକୁ ନେବାକୁ ହେଲେ ପରସ୍ପରକୁ ସହଯୋଗ କରିବାକୁ ହେବ। ସୀମା ସମସ୍ୟାକୁ ସମାଧାନ କରିବାକୁ ହେଲେ ଉଭୟ ଦେଶ ନିୟମିତ ଭାବେ ମିଳିତ ଆଲୋଚନା କରିବା ଦରକାର। ସୀମାରୁ ସୈନ୍ୟ ପ୍ରତ୍ୟାହାର ସହିତ ଉତ୍ତେଜନା ହ୍ରାସ ଦିଗରେ ପଦକ୍ଷେପ ନେବା ଦରକାର।
ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…








