ୱାଶିଂଟନ: ମିଆମିସ୍ଥିତ ‘ଟ୍ରମ୍ପ ନ୍ୟାସନାଲ ଡୋରାଲ ଗଲ୍ଫ ରିସର୍ଟ’ରେ ଟ୍ରମ୍ପଙ୍କ ୧୨ ଫୁଟ ଉଚ୍ଚତାର ସୁନା ପ୍ରତିମୂର୍ତ୍ତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ‘ଡନ୍ କଲୋସସ୍’ ଭାବେ ନାମିତ କରାଯାଇଛି। ପ୍ରାୟ ୩ ଟନ୍ ଓଜନ ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ଆମେରିକାର ବିଶିଷ୍ଟ ସ୍ଥପତି ଆଲାନ କଟ୍ରିିଲ ନିର୍ମାଣ କରିଛନ୍ତି। ପ୍ରତିମୂର୍ତ୍ତିଟି ବ୍ରୋଞ୍ଜରେ ନିର୍ମିତ ହୋଇଥିବାବେଳେ ଏହାର ଉପରିଭାଗକୁ ସୁନାରେ ଛାଉଣି କରାଯାଇଛି। ଏଥିପାଇଁ ସ୍ଥପତି କଟ୍ରିଲଙ୍କୁ ପାରିଶ୍ରମିକ ବାବଦରେ ମୋଟ ୩,୬୦,୦୦୦ ଡଲାର ପ୍ରଦାନ କରାଯାଇଛି। ପ୍ରତିମୂର୍ତ୍ତିରେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି। ଏଭଳି ପ୍ରତିମୂର୍ତ୍ତି ନିର୍ମାଣ କରି ଟ୍ରମ୍ପ ନିଜକୁ ଏକଛତ୍ରବାଦୀ ଶାସକଭାବେ ପ୍ରତିପାଦନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଲୋକେ ସାମାଜିକ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।
ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…








