
ଭୁବନେଶ୍ବର: ସୁନ୍ଦରଗଡ଼ରେ ଝଲସିବ ବିକାଶର ସୁନେଲି କିରଣ । ଜିଲ୍ଲା ପାଇଁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସୁନ୍ଦରଗଡ଼ର ବିକାଶ ପାଇଁ ୩୧୨ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ୨୮୮ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ବ୍ୟୟ ଅଟକଳରେ ୬୯୨ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସିନ୍ଦରଗଡ଼ ଜିଲ୍ଲାରେ ‘ସୁଭଦ୍ରା ଯୋଜନାର’ର ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ସହାୟତା ରାଶି ପ୍ରଦାନ କାର୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମଞ୍ଚରୁ ସିଧାସଳଖ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।ସୁନ୍ଦରଗଡ଼ ଜିଲ୍ଲାର ଅସୁରକ୍ଷିତ ପୋଷଣ ଅଞ୍ଚଳରେ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଜିଲ୍ଲାରେ ୭୬୧ଟି କଳିକା କେନ୍ଦ୍ର ସ୍ଥାପନ କରାଯିବ । ଏହାଦ୍ବାରା ଜିଲ୍ଲାର ୧୫ ହଜାର ୨୨୦ ଜଣ ଶିଶୁ ଉପକୃତ ହେବେ । ତେବେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୩୧୨ କୋଟି ୩ ଲକ୍ଷ ୧ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ବ୍ୟୟ ଅଟକଳରେ ୬୯୨ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।




