ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା: ବିଜେଡି

ଭୁବନେଶ୍ବର: ବିଜେପି ଆସିବା ଦିନଠୁଁ ଆଇନ ଶୃଙ୍ଖଳା ବିଗୁଡୁଛି ବୋଲି ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି । ଭଦ୍ରକ ଓ ବାଲେଶ୍ୱରରେ ଦଙ୍ଗା ହେଲା । ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି । ନାରୀ ନିର୍ୟାତନା, ଚୋରି, ହିଂସା ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଉନି । ହେଲେ ଏପରି ଅପରାଧୀଙ୍କୁ ପୋଲିସ ଦ୍ୱାରା ଉତ୍ସହିତ କରୁଛନ୍ତି । ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି । ବିଜେପି କର୍ମୀଙ୍କ କେସ ଜରିଆରେ ବିଜେଡି ନେତାଙ୍କୁ ପୋଲିସ ହଇରାଣ କରୁଛି ବୋଲି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଓ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ।ପ୍ରମିଳା କହିଛନ୍ତି,‘‘କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକରେ ମହିଳା ନିର୍ୟାତନା ମାମଲା ସାମ୍ନାକୁ ଆସିଛି । କଟକର ଢାବା ଧର୍ଷଣର କେନ୍ଦ୍ର ପାଲଟିଥିଲା । ହେଲେ ପୋଲିସ ଏସବୁ ଦେଖୁନି । ପୋଲିସ ସରକାରୀ ଗୁଣ୍ଡା ଭାବେ କାମ କରୁଛି । ତାରାତାରିଣୀ ମନ୍ଦିରରୁ ସବୁ ଲୁଟି ନେଲେ । ଧର୍ମଶାଳା ବିଧାୟକ ଯାଜପୁର ଯାଉଥିଲେ, ଯାଜପୁର ତାଙ୍କ ଏରିଆ ନୁହେଁ, ଏତେ ଲୋକଙ୍କୁ ଠେଙ୍ଗା ଧରାଇ କାହିଁକି ଯାଜପୁର ନେଇଥିଲେ ? ବିଜେଡି ଲୋକ ଗିରଫ ହେଲେ, ବିଧାୟକଙ୍କ ଲୋକ କାହିଁକି ଗିରଫ ହେଲେନି ? ପୋଲିସ ଠିକ ନ୍ୟାୟ କରୁନି । ଆସନ୍ତାକାଲି ଡିଜିପିଙ୍କୁ ଭେଟି ପୋଲିସ ଓ ବିଜେପିର ଅନ୍ୟାୟ କଥା ଜଣାଇବୁ । ନ୍ୟାୟ ନମିଳିଲେ ଆନ୍ଦୋଳନ ହେବ ।’’ବିଜେଡି କାର୍ୟ୍ୟକ୍ରମ କାର୍ୟ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି ,” ସରକାର ଗଠନର ୫ ମାସରେ ଆଇନ ଶୃଙ୍ଖଳା କେବଳ ବିପର୍ୟ୍ୟସ୍ତ ହୋଇନି, ପୋଲିସକୁ ସରକାରୀ ଦଳର ଗୁଣ୍ଡା ବାହିନୀ ଭାବେ ବ୍ୟବହାର କରାଯାଇଛି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଧର୍ମଶାଳା ବିଧାୟକ ଯାଜପୁର ଯାଇଥିଲେ । ସେଠି ଗଣତନ୍ତ୍ରିକ ଆନ୍ଦୋଳନ ଚାଲିଥିଲା । ହେଲେ ବିଧାୟକ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ । ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ହେଲା, ଗୋଟେ ରାଜନୈତିକ ଦଳର ୧୯ ଜଣ ଗିରଫ ହେଲେ । ଅନ୍ୟ ଦଳର କେହି ଗିରଫ ହେଲେନି । ବିଜେଡି କର୍ମୀଙ୍କୁ ଆକ୍ରମଣ ହୋଇଛି । ହେଲେ ଜଣେ ବି ଗିରଫ ନ ହେବା ଦୁର୍ଭାଗ୍ୟ କଥା ।’’

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ