ସୁବର୍ଣ୍ଣରେଖାରେ ବହୁମୁଖୀ ବନ୍ଦର ନିର୍ମାଣକୁ ବିରୋଧ। ଆଜି ବାଲିଆପାଳରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ଜନଶୁଣାଣିରେ ଶୁଭିଛି ତୀବ୍ର ବିରୋଧର ସ୍ୱର। ଜନଶୁଣାଣିରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ତେବେ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କାରେ ଲୋକେ ବନ୍ଦର ନିର୍ମାଣକୁ ବିରୋଧ କରିଛନ୍ତି।
ଜନଶୁଣାଣିରେ ଉଭୟ ବନ୍ଦର ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜ ନିଜ ମତ ରଖିଥିଲେ। ୧୯ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପି ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜନ ଶୁଣାଣିର ସମସ୍ତ ତଥ୍ୟ ସରକାରଙ୍କ ପାଖକୁ ପଠାଇବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
୨୦୦୭ ମସିହାରେ ବାଲେଶ୍ୱରର ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତେବେ ଏହା ଭିତରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଆଗେଇ ପାରିନି ବନ୍ଦର ନିର୍ମାଣ। ପ୍ରଶାସନ ପକ୍ଷରୁ ୬୯୨ ଏକର ସରକାରୀ ଜାଗା ଅଧିଗ୍ରହଣ କରି ବନ୍ଦର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଥିବା ବେଳେ ଅନେକ ପଞ୍ଚାୟତ ବାସୀ ଓ ଭିଟାମାଟି ସୁରକ୍ଷା ମଞ୍ଚ ଏହାକୁ ତୀବ୍ର ବିରୋଧ କରୁଛନ୍ତି।
State-wide fire safety mock drill on March 28
Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…


