ଡିଭାଇଡରରେ ପିଟି ହୋଇ ସ୍କୁଟରକୁ ଧକ୍କା ଦେଲା SUV

ବେପରୁଆ ଗାଡ଼ି ଚାଳନା ଆଉ ଦୁଇ ନିରୀହ ଜୀବନ ନେଇଯାଇଛି। ମଦ ପିଇ ଏକ SUV ଡ୍ରାଇଭର ଡିଭାଇଡରରେ ବାଡ଼େଇ ହେବା ପରେ ଏକ ସ୍କୁଟରକୁ ଧକ୍କା ଦେଇଛନ୍ତି। ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। SUV ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁସାରେ, ଗୁଜରାଟର ଅହମଦାବାଦରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁସାରେ, ରାସ୍ତାର ଦୁଇ ପାଖରେ ଗାଡ଼ି ମୋଟର ଯା’ଆସ କରୁଥିବା ବେଳେ ଏକ SUV କାର୍ ଆସିଥିଲା। କିନ୍ତୁ କାରଟି ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରରେ ବାଡେଇ ହୋଇ ଅପରପକ୍ଷ ରାସ୍ତାକୁ ଚାଲି ଯାଇଥିଲା।
ବିପରୀତ ରାସ୍ତାରେ ଯାଉଥିବା ଏକ ସ୍କୁଟରକୁ ଧକ୍କା ଦେଇଥିଲା SUV। ଏଥିରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଅମିତ ରାଠୋର (୨୬) ଏବଂ ବିଶାଲ ରାଠୋର (୨୭)।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ SUV ଡ୍ରାଇଭରଙ୍କୁ ଅଟକ ରଖି ପୁଲିସରେ ଜିମା ଦେଇଥିଲେ। ପୁଲିସ ତାଙ୍କୁ ଗିରଫ କରିଛି। ଡ୍ରାଇଭର ଗୋପାଳ ପଟେଲ ମଦପିଇ ଗାଡ଼ି ଚଲାଉଥିବା ପୁଲିସ କହିଛି। ପୁଲିସ ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

  • Related Posts

    ବାର୍ଷିକ ବେଦ ସମ୍ମିଳନୀ ଓ ୨୦୨ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

    ବାରାଇକିଆ: କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମାମାହା ବାଲିଗାଡ଼ା ଗ୍ରାମରେ ବେଦଜ୍ୟୋତି ଆର୍.କେ.ବି. କ୍ଲଷ୍ଟର ଆର୍ଯ୍ୟସମାଜ, ବାଲିଗୁଡ଼ା ଉପଖଣ୍ଡ ପକ୍ଷରୁ ବାର୍ଷିକ ବେଦ ସମ୍ମିଳନୀ ସହ ୨୦୨ କୁଣ୍ଡୀୟ ରାଷ୍ଟ୍ରରକ୍ଷା, ଧର୍ମରକ୍ଷା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅତ୍ୟନ୍ତ ଭବ୍ୟ ଓ…

    Continue reading
    କୂଅ ସଫା କରୁଥିବା ବେଳେ ଜଣେ ମୃତ

    ଆଳି: କୂଅସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ୨ ଗୁରୁତର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି ଏ ଅଘଟଣ।ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ସକାଳେ ୩ଜଣ ଶ୍ରମିକ ଆସିଥିଲେ।ପ୍ରଥମେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ