ମ୍ୟାଚ ଖେଳୁଥିବା ବେଳେ ଉଡ଼ିଗଲା କ୍ରିକେଟରଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମ୍ୟାଚ ଖେଳୁଥିବା ବେଳେ ଜଣେ ଯୁବ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ କ୍ରିକେଟ ଖେଳାଳିଙ୍କ ନାମ ଇମ୍ରାନ ପଟେଲ ବୟସ ୩୫ବର୍ଷ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗରୱାର ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ଏହି ସମୟରେ କ୍ରିକେଟ ଖେଳାଳି ଇମ୍ରାନ ପଟେଲଙ୍କ ସହିତ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ଷ୍ଟାଡିୟମରେ ଆସି ପହଞ୍ଚିଥିଲେ। ମ୍ୟାଚ ଆରମ୍ଭ ପାଇଁ ଇମ୍ରାନ ପଟେଲ ଓପନର୍ ଭାବେ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ଥିବା ଦର୍ଶକ ଇମ୍ରାନଙ୍କୁ କରତାଳି ‌ଦେଇ ସ୍ବାଗତ କରିଥିଲେ। ଇମ୍ରାନ ବି ବ୍ୟାଟ ଧରି ବ୍ୟାଟିଂ କରିବା ପାଇଁ ଖୁବ ଉତ୍ସାହିତ ଥିବା ତାଙ୍କ ଚେହେରାରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ପିଚରେ କିଛି ସମୟ ବ୍ୟାଟିଂ କରିବା ପ‌ରେ ଇମ୍ରାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏନେଇ ସେ ଅମ୍ପାୟାରଙ୍କୁ ଜଣାଇଥିଲେ। ସଙ୍ଗେସଙ୍ଗେ ପଡ଼ିଆରେ ଥିବା ଅନ୍ୟ ଖେଳାଳିମାନେ ଇମ୍ରାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ ହେଉଥିବାରୁ ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି। ଯାହାକୁ ଦେଖିବା ପରେ କ୍ରିକେଟ ପ୍ରେମୀ ଭାବବିହ୍ବଳ ହୋଇପଡ଼ିଛନ୍ତି।

  • Related Posts

    ବାର୍ଷିକ ବେଦ ସମ୍ମିଳନୀ ଓ ୨୦୨ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

    ବାରାଇକିଆ: କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମାମାହା ବାଲିଗାଡ଼ା ଗ୍ରାମରେ ବେଦଜ୍ୟୋତି ଆର୍.କେ.ବି. କ୍ଲଷ୍ଟର ଆର୍ଯ୍ୟସମାଜ, ବାଲିଗୁଡ଼ା ଉପଖଣ୍ଡ ପକ୍ଷରୁ ବାର୍ଷିକ ବେଦ ସମ୍ମିଳନୀ ସହ ୨୦୨ କୁଣ୍ଡୀୟ ରାଷ୍ଟ୍ରରକ୍ଷା, ଧର୍ମରକ୍ଷା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅତ୍ୟନ୍ତ ଭବ୍ୟ ଓ…

    Continue reading
    କୂଅ ସଫା କରୁଥିବା ବେଳେ ଜଣେ ମୃତ

    ଆଳି: କୂଅସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ୨ ଗୁରୁତର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି ଏ ଅଘଟଣ।ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ସକାଳେ ୩ଜଣ ଶ୍ରମିକ ଆସିଥିଲେ।ପ୍ରଥମେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ