ସୁଭଦ୍ରା ଯୋଜନା ଆବେଦନ ଏକ କୋଟି ଟପିଲା

ରାଜ୍ୟ ବିଜେପି ସରକାରଙ୍କ  ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ମୋଟ ୧କୋଟି ୩ଲକ୍ଷ ୬୨ହଜାର ୩୭୭ଜଣ ଆବେଦନକାରୀ ‘ସୁଭଦ୍ରା’ ଟଙ୍କା ପାଇବା ପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି । ଏବେ ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷ ହିତାଧିକାରୀ ପାଇବା ପରେ ବି ଆଉ ୨୩ଲକ୍ଷରୁ ଅଧିକ ଆବେଦନକାରୀ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାକି ରହିବେ ବୋଲି ଜଣାପଡ଼ିଛି ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୨୪ତାରିଖରେ ୨୦ଲକ୍ଷ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପଞ୍ଜିକୃତ ଅଥଚ ବ୍ୟାଙ୍କ ଓ ଆଧାର ସଂଯୋଗୀକରଣଜନିତ ସମସ୍ୟା ଯୋଗୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଅର୍ଥ ପାଇବାକୁ ଯେପରି ବଂଚିତ ନହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ(ଏନସିପିଆଇ) ଡିଜିଟାଲ ପେମେଂଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତ୍ରୁଟି ଦେଖାଦେଇଥିଲା, ତାକୁ ଅନୁଧ୍ୟାନ କରାଯିବ । ଏଥିପାଇଁ ହିତାଧିକାରୀଙ୍କ ନିମନ୍ତେ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଯାଂଚ କମିଟି, ପୌରାଂଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଯାଂଚ କମିଟି ଓ ମହାନଗରରେ ମ୍ୟୁନିସପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଯାଂଚ କମିଟି ଦ୍ୱାରା ଆବେଦନଗୁଡ଼ିକର ଯାଂଚ ପରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଯାଂଚ ଓ ଅନୁମୋଦନ ପରେ ହିତାଧିକାରୀଙ୍କ ତାଲିକାକୁ ସରକାରଙ୍କ ଅନୁମୋଦନ ପାଇଁ ବିଭାଗ ନିକଟକୁ ପଠାଇବାକୁ ଏସଓପି ପ୍ରସ୍ତୁତ ହୋଇଛି । ହିତାଧିକାରୀଙ୍କୁ ସହାୟତା ପାଇଁ ସବୁ ଜିଲ୍ଲାରେ ସୁଭଦ୍ରା ହେଲପ ଡେସ୍କମାନ କାର୍ଯ୍ୟ କରୁଛି । କ୍ଷେତ୍ରସ୍ତରରେ ଯାଂଚ ଟିମମାନେ ଆବେଦନଗୁଡ଼ିକୁ ଯାଂଚ କରିବେ । ଯାଂଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ତାହା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି ।

 

ଆଜିର ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମାଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓମାନେ ମଧ୍ୟ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

 

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ୨୪ତାରିଖରେ ମିଳିବ ବୋଲି ଗତ ଦୁଇଦିନ ତଳେ ଘୋଷଣା କରିବା ପରେ ଆଜି ପ୍ରଶାସନିକସ୍ତରରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ