ଭୁବନେଶ୍ୱର,23/09: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଧାର ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଉଦ୍ଘାଟନ କରିଥିଲେ। ସେହିଦିନ, ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଅଭିଯାନଟି ଓଡିଶାରେ ମଧ୍ୟ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨୩ ସୁଦ୍ଧା, ମାତ୍ର ସାତ ଦିନରେ, ଓଡିଶାରେ ଏହି ଅଭିଯାନରେ ୫୨,୯୪୨ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ସହ ୨୮.୪୬ ଲକ୍ଷ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ସଂପର୍କରେ ପରୀକ୍ଷା ନିରୀକ୍ଷା କରାଯାଇଛି। ଏଥିସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପ୍ରତିଦିନ ୮,୦୦୦ରୁ ଅଧିକ କ୍ୟାମ୍ପ ଆୟୋଜିତ କରାଯାଇ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସ୍କ୍ରିନିଂ ଓ ସୁବିଧା ସୁନିଶ୍ଚିତ କରାଯାଉଛି। ଏହି ହେଲ୍ଥ କ୍ୟାମ୍ପ ଗୁଡିକରେ ଯେଉଁସବୁ ରୋଗ ପାଇଁ ପରୀକ୍ଷା କରାଯାଇଛି, ସେଗୁଡିକ ହେଲା – ୧.୪୫ ଲକ୍ଷ ହିତାଧିକାରୀଙ୍କ ରକ୍ତଚାପ ସ୍କ୍ରିନିଂ, ୧.୪୨ ଲକ୍ଷ ହିତାଧିକାରୀଙ୍କ ଡାଏବେଟିଜ୍ ସ୍କ୍ରିନିଂ, ୫୭,୦୦୦ ହିତାଧିକାରୀଙ୍କ ମୁଖ କ୍ୟାନ୍ସର ସ୍କ୍ରିନିଂ, ୫୯,୦୦୦ ହିତାଧିକାରୀଙ୍କ ସ୍ତନ କ୍ୟାନ୍ସର ସ୍କ୍ରିନିଂ, ୨୮,୦୦୦ ହିତାଧିକାରୀଙ୍କ ସର୍ଭାଇକାଲ୍ କ୍ୟାନ୍ସର ସ୍କ୍ରିନିଂ, ୧.୨୭ ଲକ୍ଷ ହିତାଧିକାରୀଙ୍କ ଅନିମିଆ ସ୍କ୍ରିନିଂ, ୧.୨୧ ଲକ୍ଷ ହିତାଧିକାରୀଙ୍କ କ୍ଷୟରୋଗ ସ୍କ୍ରିନିଂ, ୧.୭୧ ଲକ୍ଷ ହିତାଧିକାରୀଙ୍କ ସିକିଲ୍ ସେଲ୍ ଆନାମିଆ ସ୍କ୍ରିନିଂ, ୨.୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଗର୍ଭାବସ୍ଥା ସେବା (ANC) ଓ ଟୀକାକରଣ କରାଯାଇଛି । ଏହାସହିତ ୨୬୩ଟି ରକ୍ତଦାନ ଶିବିରରେ ୧୭,୮୬୩ ଇଉନିଟ୍ ସଂଗ୍ରହ ହୋଇଛି। ୨.୯୩ ଲକ୍ଷ କିଶୋରୀଙ୍କୁ ଋତୁସ୍ରାବ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଛି । ୨.୫୩ ଲକ୍ଷ ହିତାଧିକାରୀଙ୍କୁ ପୋଷଣ ଓ ଯତ୍ନ ସଚେତନତା ସଂପର୍କରେ ପରାମର୍ଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସଦମାନେ ସ୍ପେସାଲିଷ୍ଟ ଶିବିରରେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରିବା ସହ ପ୍ରେରଣା ଦେଇଛନ୍ତି। ଏହି ଅଭିଯାନ ମାଧ୍ୟମରେ, ସୁସ୍ଥ ଓ ସଶକ୍ତ ଜାତି ଗଠନର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଓଡ଼ିଶା ଦୃଢ଼ ପଦକ୍ଷେପ ନେଇଛି।
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ
ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…


