ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନରେ ଓଡ଼ିଶାକୁ ବ୍ୟାପକ ସଫଳତା

ଭୁବନେଶ୍ୱର,23/09: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଧାର ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଉଦ୍‌ଘାଟନ କରିଥିଲେ। ସେହିଦିନ, ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଅଭିଯାନଟି ଓଡିଶାରେ ମଧ୍ୟ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨୩ ସୁଦ୍ଧା, ମାତ୍ର ସାତ ଦିନରେ, ଓଡିଶାରେ ଏହି ଅଭିଯାନରେ ୫୨,୯୪୨ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ସହ ୨୮.୪୬ ଲକ୍ଷ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ସଂପର୍କରେ ପରୀକ୍ଷା ନିରୀକ୍ଷା କରାଯାଇଛି। ଏଥିସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପ୍ରତିଦିନ ୮,୦୦୦ରୁ ଅଧିକ କ୍ୟାମ୍ପ ଆୟୋଜିତ କରାଯାଇ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସ୍କ୍ରିନିଂ ଓ ସୁବିଧା ସୁନିଶ୍ଚିତ କରାଯାଉଛି। ଏହି ହେଲ୍‌ଥ କ୍ୟାମ୍ପ ଗୁଡିକରେ ଯେଉଁସବୁ ରୋଗ ପାଇଁ ପରୀକ୍ଷା କରାଯାଇଛି, ସେଗୁଡିକ ହେଲା – ୧.୪୫ ଲକ୍ଷ ହିତାଧିକାରୀଙ୍କ ରକ୍ତଚାପ ସ୍କ୍ରିନିଂ, ୧.୪୨ ଲକ୍ଷ ହିତାଧିକାରୀଙ୍କ ଡାଏବେଟିଜ୍ ସ୍କ୍ରିନିଂ, ୫୭,୦୦୦ ହିତାଧିକାରୀଙ୍କ ମୁଖ କ୍ୟାନ୍‌ସର ସ୍କ୍ରିନିଂ, ୫୯,୦୦୦ ହିତାଧିକାରୀଙ୍କ ସ୍ତନ କ୍ୟାନ୍‌ସର ସ୍କ୍ରିନିଂ, ୨୮,୦୦୦ ହିତାଧିକାରୀଙ୍କ ସର୍ଭାଇକାଲ୍ କ୍ୟାନ୍‌ସର ସ୍କ୍ରିନିଂ, ୧.୨୭ ଲକ୍ଷ ହିତାଧିକାରୀଙ୍କ ଅନିମିଆ ସ୍କ୍ରିନିଂ, ୧.୨୧ ଲକ୍ଷ ହିତାଧିକାରୀଙ୍କ କ୍ଷୟରୋଗ ସ୍କ୍ରିନିଂ, ୧.୭୧ ଲକ୍ଷ ହିତାଧିକାରୀଙ୍କ ସିକିଲ୍ ସେଲ୍ ଆନାମିଆ ସ୍କ୍ରିନିଂ, ୨.୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଗର୍ଭାବସ୍ଥା ସେବା (ANC) ଓ ଟୀକାକରଣ କରାଯାଇଛି । ଏହାସହିତ ୨୬୩ଟି ରକ୍ତଦାନ ଶିବିରରେ ୧୭,୮୬୩ ଇଉନିଟ୍‌ ସଂଗ୍ରହ ହୋଇଛି। ୨.୯୩ ଲକ୍ଷ କିଶୋରୀଙ୍କୁ ଋତୁସ୍ରାବ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଛି । ୨.୫୩ ଲକ୍ଷ ହିତାଧିକାରୀଙ୍କୁ ପୋଷଣ ଓ ଯତ୍ନ ସଚେତନତା ସଂପର୍କରେ ପରାମର୍ଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସଦମାନେ ସ୍ପେସାଲିଷ୍ଟ ଶିବିରରେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରିବା ସହ ପ୍ରେରଣା ଦେଇଛନ୍ତି। ଏହି ଅଭିଯାନ ମାଧ୍ୟମରେ, ସୁସ୍ଥ ଓ ସଶକ୍ତ ଜାତି ଗଠନର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଓଡ଼ିଶା ଦୃଢ଼ ପଦକ୍ଷେପ ନେଇଛି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ