ସୂବର୍ଣ୍ଣରେଖାରେ ଭାସିଗଲେ ଦୁଇ ଭଉଣୀ

ଜଳେଶ୍ୱର : ସୂବର୍ଣ୍ଣରେଖାରେ ବୁଡ଼ ପକାଇବା ସମୟରେ ଭାସିଗଲେ ଦୁଇ ଭଉଣୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶିଖରପୁର ଘାଟରେ ଘଟିଛି ଅଘଟଣ । ଜଳେଶ୍ୱର ଶିଖରପୁର ଘାଟରେ ତିନି ଜଣେ ନାବାଳିକା ବୁଡ଼ ପକାଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ତିନି ଜଣ ଭାସିଯାଇଥିଲେ । ଯାହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତୁରନ୍ତ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ବାକି ଦୁଇ ନାବାଳିକା ନିଖୋଜ ଅଛନ୍ତି । ବୁଡ଼ ପକାଇବା ସମୟରେ ପ୍ରଖର ନଦୀ ସ୍ରୋତ ଆସିବାରୁ ନାବାଳିକା ଭାସିଯାଇଥିବା ସୂଚନା । ତେବେ ନିଖୋଜ ଦୁଇ ନାବାଳିକା ହେଉଛନ୍ତି ସ୍ଥାନୀୟ ଚକହରି ଗାଁର କାହ୍ନାଚରଣ ଦାସ ଅଧିକାରୀଙ୍କ ଦୁଇ ନାବାଳିକା ନନ୍ଦିତା ଓ ପରି ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ଦ୍ୱାରା ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି।

  • Related Posts

    କୁକୁର କାମୁଡ଼ାରେ ଦୁଇ ମୃତ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ ଅଭାବନୀୟ ଘଟଣା । କୁକୁର କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ମୃତ ବ୍ୟକ୍ତି ଜଣେ ହେଲେ ହୃଷିକେଶ ରଣା ଓ ଅନ୍ୟ ଜଣେ ୩୩ ବର୍ଷ ଭିନ୍ନକ୍ଷମ ଯୁବକ…

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

    Leave a Reply

    Your email address will not be published. Required fields are marked *

    You Missed

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର