
ପୁରୀ: ସେବାୟତଙ୍କ ବିବାଦ ମଧ୍ୟରେ ଅଟକିଲା ମହାପ୍ରଭୁଙ୍କ ଚାପଖେଳ।ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ରାତି ଚାପ ବିଳମ୍ବିତ ରାତି ପର୍ୟ୍ୟନ୍ତ ହୋଇନଥିଲା। ଗତକାଲି ସନ୍ଧ୍ୟାରେ ପବନ ବହିବା ଯୋଗୁଁ ବୋହିବା ଯୋଗୁ ମହାପ୍ରଭୁଙ୍କ ଦିନ ଚାପ ହୋଇପାରିନଥିଲା। କିନ୍ତୁ ରାତି ଚାପ ପାଇଁ ମହାପ୍ରଭୁ ଚାପକୁ ବିଜେ କରିଥିଲେ।ହେଲେ ସୁଦୁ ସୁଆର ଓ ସିଂହାରୀଙ୍କ ମଧ୍ୟରେ ଚାପରେ ବିବାଦ ଯୋଗୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାପ ହୋଇପାରିନଥିଲା।
ଜିଲ୍ଲାପାଳ ରାତି ପ୍ରାୟ ସାଢ଼େ ବାରଟା ବେଳକୁ ଆସିଥିଲେ ହେଲେ କୌଣସି ସମାଧାନ କରିପାରିନଥିଲେ।ଫଳରେ ରାତି ଚାପ ହୋଇନପାରିବା ଯୋଗୁଁ ଭକ୍ତମାନେ ବିଳମ୍ବିତ ରାତି ଯାଏ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ମହାପ୍ରଭୁଙ୍କ ଚାପଖେଳରେ ବିଭ୍ରାଟ ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


