
ରାଇକିଆ: ସେବା ସଂକଳ୍ପ ଅଭିଯାନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ମେଡିକାଲ ରାସ୍ତାର ଉଭୟ ପାର୍ଶ୍ଵ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଞ୍ଚଳରେ ସବୁଜିମା ବୃଦ୍ଧି, ପରିବେଶର ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବେଣୁପାଣି ମହାପାତ୍ର, ନାଏବ ସରପଞ୍ଚ ନିଥାଏଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶମ୍ଭୁ ଗୌଡ଼, ପଞ୍ଚାୟତ କର୍ମଚାରୀ ରାଜକିଶୋର ପରିଛା, ସନ୍ତୋଷ ସାହୁ, ସୁଶୀଲ ଦିଗାଳଙ୍କ ସମେତ ସମସ୍ତ କର୍ମଚାରୀ,ମେଟ୍ ଉପସ୍ଥିତ ଥିଲେ।ଏହି ଅବସରରେ ଉପସ୍ଥିତ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇବା ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ବୃକ୍ଷ ହେଉଛି ପରିବେଶର ସୁରକ୍ଷା କବଚ। ଏହା ବାୟୁ ପ୍ରଦୂଷଣ ହ୍ରାସ କରିବା ସହ ପରିବେଶର ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ବୋଲି ମତବ୍ୟକ୍ତ କରିଥିଲେ.ସେବା ସଂକଳ୍ପ ଅଭିଯାନକୁ ଅଧିକ ସଫଳ କରିବା ସହ ଆଗାମୀ ଦିନରେ ପଞ୍ଚାୟତ ଅଞ୍ଚଳକୁ ସବୁଜ ଓ ସ୍ୱଚ୍ଛ ରଖିବା ପାଇଁ ଏଭଳି ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସରପଞ୍ଚ ମହୋଦୟା କହିଛନ୍ତି.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








