
ଦେବଗଡ : ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ସେବା ସଂକଳ୍ପ ଅଭିଯାନର ସଫଳ ନିମନ୍ତେ ଏକ ସାମ୍ୱାଦିକ ସମ୍ମିଳନୀ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାରେ କରାଯିବାପାଇଁ ସ୍ଥିର କରାଯାଇଅଛି।ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରିବା ପାଇଁ ଘରେ ଘରେ ପ୍ରଦୀପ ପ୍ରଜ୍ବଳନ, ରଙ୍ଗୋଲି ପ୍ରତିଯୋଗିତା,ସ୍ୱପ୍ନ ର ଭାରତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ପରିବର୍ତ୍ତନର କାହାଣୀ , ବିକଶିତ ଭାରତ, ସଂକଳ୍ପ ଯାତ୍ରା,ସେବାଜ୍ୟୋତି ଯାତ୍ରା,ରଙ୍ଗୋଲି ରାଷ୍ଟ୍ର,ସେବାରେ ମୋର ଯୋଗଦାନ,ରାଷ୍ଟ୍ରୀୟ ନବ ସୃଜନ ର ଆହ୍ବାନ,ସ୍ବଚ୍ଛ ଭାରତ ଅଭିଯାନ,ମାଗଣା ସ୍ୱାସ୍ଥ୍ୟ ଶିବିର, ଭିନ୍ନକ୍ଷମ ସହାୟତା,ବୃଦ୍ଧାଶ୍ରମ ପରିଦର୍ଶନ ଏବଂ ମହିଳା ସଚେତନତା ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଅଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନ ସାଧାରଣଙ୍କୁ ସଚେତନତା କରାଯିବ।ଏହି କାର୍ଯକ୍ରମ ଦେବଗଡ ଜିଲ୍ଲାର ତିନି ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ କାର୍ଯ୍ଯକ୍ରମ କରିବାପାଇଁ ସ୍ଥିର କରାଯାଇଛି। ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।








