ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍ ସହ ୧୦୦୫ କୋଟି ଟଙ୍କାର ଏବଂ ସାନ୍କୋଡ୍ଟେକ୍ ସହ ୧୬୫୦ କୋଟି ଟଙ୍କାର ରାଜିନାମା ହୋଇଛି। ସାନ୍କୋଡ୍ଟେକ୍ ତରଫରୁ ସିଲିକନ୍ କନେକ୍ଟ, ଇନାରୀ ଆମେରଟ୍ରୋନ୍ ବର୍ହାଡ୍ ଓ ଏପିଆଇଆର୍ସି ପେନାଙ୍ଗ ସହଯୋଗିତାରେ ପ୍ରକଳ୍ପ ସ୍ଥାପନ କରାଯିବ। ଓଡ଼ିଶାକୁ ସେମି କଣ୍ଡକ୍ଟର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପସନ୍ଦର ବିଶ୍ବସ୍ତରୀୟସ୍ଥଳରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ନିର୍ମାଣକାରୀ ଡିକ୍ସନ୍ ଟେକ୍ ଓଡ଼ିଶା ଆସିବାକୁ ଯୋଜନା ରଖିଛି। କମ୍ପାନି ଏଠାରେ ଏକ ଡିସ୍ପ୍ଲେ ଫ୍ୟାବ୍ କାରଖାନା ବସାଇବାକୁ ଚାହୁଛି। କମ୍ପାନିର ଏକ ପ୍ରତିନିଧି ଦଳ ଖୁବ୍ଶୀଘ୍ର ଓଡ଼ିଶା ଗସ୍ତରେ ଆସି ଇଏସ୍ଡିଏମ୍ ନୀତିରେ ରହିଥିବା ସୁବିଧାଗୁଡ଼ିକ ବିଷୟରେ ଆଲୋଚନା କରିବେ। ୱେଷ୍ଟର୍ଣ୍ଣ ଡିଜିଟାଲ୍ ପକ୍ଷରୁ ଓଡ଼ିଶାରେ ୨୦୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ପାର୍କ ସ୍ଥାପନ କରିବା ଏବଂ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବା ଯୋଜନା ରଖିଛି। ଦକ୍ଷତା ତାଲିମ ପାଇଁ ଏହା ଆଇଆଇଟି ଭୁବନେଶ୍ବର ଓ ୱାର୍ଲଡ୍ ସ୍କିଲ୍ ସେଣ୍ଟର୍ ସହ ସହଯୋଗିତା କରିବାକୁ ଚାହୁଛି।
ଭାରତକୁ ଅଧିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ଦେବ ରୁଷ୍
ନୂଆଦିଲ୍ଲୀ,04/09: ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ…