ସୋଆ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ବୋଲି ଜଣେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଏହି ୫ଟି ବର୍ଷ ହେଉଛି ୨୦୨୪, ୨୦୧୬, ୨୦୦୯, ୨୦୧୦ ଏବଂ ୨୦୧୭ ବୋଲି ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ନ୍ୟାସ୍ନାଲ୍ ୱେଦର ଫେରକାଷ୍ଟିଂ ସେଂଟରର ପାଣିପାଗ ବିଶେଷଜ୍ଞ ଡକ୍ଟର ଅଖିଳ ଶ୍ରୀବାସ୍ତବ କହିଛନ୍ତି ।
ପ୍ରଚଣ୍ଡ ରୋ÷ଦ୍ର ତାପର ପ୍ରଭାବ କିଛି ବର୍ଷ ହେବ ଭୀଷଣ ଭାବେ ଅନୁଭୂତ ହେଉଥିବା ବେଳେ ମୃତୁ୍ୟ ଏବଂ କ୍ଷୟକ୍ଷତି ପରିପ୍ରେକ୍ଷୀରେ ଦ୍ୱିତୀୟ ବଡ଼ କାରଣ ପାଲଟିଛି ବୋଲି କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ଶ୍ରୀବାସ୍ତବ ।
ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ପ୍ରଚଣ୍ଡ ରୋ÷ଦ୍ର ତାପ ଉପୁଜାଇ ନାହିଁ ବରଂ ଅନ୍ୟାନ୍ୟ ପାଣିପାଗ ଜନିତ କାରଣରୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୦ ରୁ ୨୦୦୯ ବର୍ଷ ଗୁଡ଼ିକ ଅପେକ୍ଷା ୨୦୧୦ ରୁ ୨୦୧୯ ମଧ୍ୟରେ ରୋ÷ଦ୍ର ତାପର ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏତଦ୍ ଜନିତ ମୃତୁ୍ୟ ମଧ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
ସୋଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍ୟାପିତ ହୋଇଥିବା ବେଳେ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଭାବେ ସମାଜର ହିତ ପାଇଁ କାର୍ଯ୍ୟ କରିବା ଏହାର ଦାୟିତ୍ୱ । ବର୍ତମାନ ପୃଥିବୀରେ ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ସଚେତନତାର ସୃଷ୍ଟି କରନ୍ତୁ ବୋଲି କୁଳପତି କହିଥିଲେ ।
ସୋଆ ପକ୍ଷରୁ ସେଂଟର ଫର ଏନଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ ଓ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗି୍ରକଲ୍ଚର (ସିସିଏସ୍ଏ) ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ତଥା ସିସିଏସ୍ଏର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଉମା ଚରଣ ମହାନ୍ତି ସମ୍ମିଳନୀର ଉଦ୍ୟାପନୀ ବକ୍ତବ୍ୟ ରଖିବା ସହ ସମ୍ମିଳନୀରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ମୁଖକୁ ଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗି୍ରକଲ୍ଚରାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଉପକୁଳପତି ପ୍ରଫେସର ପି.କେ. ପାତ୍ର ବକ୍ତବ୍ୟ ରଖିଥିଲେ ।
ଆଇଏଏସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ଶୁଭପ୍ରଦ ଦାଶ ସମ୍ମିଳନୀ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ସ୍ୱାତୀ ଶିଳ୍ପା ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର ମଧ୍ୟ ମନ୍ତବ୍ୟ ରଖିଥିଲେ ।

Garvita Odia

Related Posts

ସମ୍ ହସ୍ପିଟାଲ୍ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋପôାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ…

ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

ଭୁବନେଶ୍ୱର: ଜଣେ ୩୪ ବର୍ଷୀୀୟ ଯୁବକଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଏକ ପ୍ଲାଷ୍ଟିକ୍ ହୁଇସିଲ୍କୁ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ଡାକ୍ତରୀ…

Leave a Reply

Your email address will not be published. Required fields are marked *

You Missed

ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ