ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ମଙ୍ଗଳବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।
ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ସୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ।

  • Related Posts

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    ଧାରଣାରେ ୫୫ ଆଦିବାସୀ ପରିବାର

    ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍‌ ସଂଯୋଗ ଦାବିରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍‌ର ୫୫ ଆଦିବାସୀ ପରିବାର। ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କରିଛନ୍ତି ଏହି…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍