ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦ୍ୱାରା କରିବା ପାଇଁ ପ୍ରାର୍ଥନା କରି ଗୁରୁବାର ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ ତଥା ଆଇନଜୀବୀ ଶିବଶଙ୍କର ମହାନ୍ତି ଏହି ମାମଲା ଦାଏର କରିବା ସହ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି । ଆବେଦନକାରୀ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ସୌମ୍ୟାଶ୍ରୀ ବିଶି ଏଫ୍‌ଏମ୍‌ କଲେଜର ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ନିର୍ୟାତନାର ଶିକାର ହୋଇଥିଲେ । ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ସେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଥିଲେ । କିନ୍ତୁ ସବୁଠୁ ନିରାଶ ହେବାପରେ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ଅତିସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ପିଟିସନ୍‌ରେ ଯୁକ୍ତି ଦର୍ଶାଇଛନ୍ତି ।

ଏଭଳି ଅଘଟଣର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ତଦନ୍ତର ଆବଶ୍ୟକତା ରହିଛି । ଅଦାଲତ କିଛି ନିରପେକ୍ଷ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି । ଛାତ୍ରୀଙ୍କୁ କିଭଳି ନିର୍ୟାତନା ଦିଆଯାଇଛି, ଏଥିରେ କଲେଜ ପ୍ରଶାସନର ଭୂମିକା, ୟୁଜିସି ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଥିଲା କି ନା, ଛାତ୍ରୀଙ୍କୁ ଆତ୍ମହୁତି ପାଇଁ ପ୍ରରୋଚିତ କରାଯିବା ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ନିବେଦନ କରିଛନ୍ତି ।

କେବଳ ସେତିକି ନୁହେଁ, ମାମଲାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ ହୋଇଥିବାରୁ ଏହାର ସ୍ଥିତି ସମ୍ପର୍କରେ ପୁଲିସ ଡିଜି ରିପୋର୍ଟ ଦାଖଲ କରିବାର ଆବଶ୍ୟକତା ଥିବା ଆବେଦନକାରୀ ଦର୍ଶାଇଛନ୍ତି । ସେହିପରି ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍‌ର ତଦନ୍ତ ରେକର୍ଡ ଦାଖଲ କରାଯିବା ନେଇ ମଧ୍ୟ ଆବେଦନକାରୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

  • Garvita Odia

    Related Posts

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ବାଲେଶ୍ୱର : ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି । ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ…

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ସମ୍ବଲପୁର: ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା । ଏହା ସହ ଅପରାହ୍ନ ୪ଟାରେ ବସିବ ଆଇସିସି । କାର୍ୟ୍ୟକ୍ଷେତ୍ରରେ ପ୍ରଫେସନାଲ ଭ୍ୟାଲୁ, ମୋରାଲ୍ ଭ୍ୟାଲୁ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି । ଛାତ୍ରଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ରାଜଧାନୀରେ  ଯୁବକଙ୍କୁ  ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    କାର୍‌ -ଟ୍ରକ ଧକ୍କା:୪ ମୃତ

    କାର୍‌ -ଟ୍ରକ ଧକ୍କା:୪ ମୃତ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା