ସ୍ପେଶାଲ OTET-2025 ପରୀକ୍ଷା ବାତିଲ

କଟକ: ସ୍ପେସାଲ୍ ଓଟିଇଟି 2025 ବାତିଲ । ମଧ୍ୟ ରାତ୍ରରେ ଏହି ପରୀକ୍ଷା ବାତିଲ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ଏହାକୁ ବୋର୍ଡ ବାତିଲ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍‌ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍‌ରୁ ମୋବାଇଲ୍‌କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।ତେବେ ପରୀକ୍ଷା ଆଗରୁ ଫେସ୍‌ବୁକ୍‌, ହ୍ଵାଟସ୍ ଆପ୍, ଇନ୍‌ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଏପରି ଭାଇରାଲ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି । ଏନେଇ ବୋର୍ଡର ଜଣେ ଅଧିକାରୀ ନିଜର ନାଁକୁ ଗୋପନ ରଖି ସୂଚନା ଦେଇଛନ୍ତି । ରାତି ଅଧିଆ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟରାତ୍ରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଉଭୟ ପେପର୍-୧ ଓ ପେପର୍ -୨ର ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ପରୀକ୍ଷାର୍ଥୀ ତଥା ଇନ୍‌ସର୍ଭିସ୍ ଶିକ୍ଷକମାନଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ପରୀକ୍ଷା ବାତିଲ ଯୋଗୁ ରାଜ୍ୟରେ ୭୫ ହଜାରରୁ ଅଧିକ ଆଶାୟୀ ନିରାଶ ହୋଇଛନ୍ତି ।ତେବେ ଏହି ହାତଲେଖା ଓଟିଇଟି ପ୍ରଶ୍ନ କେଉଁଠୁ ଆସିଲା ତାହା ଜଣା ପଡିନାହିଁ । ବୋର୍ଡ ଏହି ପରୀକ୍ଷା ବାତିଲ୍‌ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି ।ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍‌ ସର୍ଭିସ୍ ଶିକ୍ଷକ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍‌ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ।

  • Garvita Odia

    Related Posts

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    କୋରାପୁଟ: କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ମୃତ, ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସୁନାବେଡା ଏନଏଚ୍ ୨୬ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସୁନାବେଡା ହାଲ୍…

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆଜି ୧୨.୩୦ ସୁଦ୍ଧା ଏୟାର ଲିଫ୍ଟ କରାଯିବ । ଏନେଇ ଏମସ ନିଦେ୍ର୍ଧଶକ ଆଶୁତୋଷ ବିଶ୍ୱାସ ରବିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି ।…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା