ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା – ଧର୍ମେନ୍ଦ୍ର

ସମ୍ବଲପୁର: ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର । ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ତେଣୁ ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବିତ୍ର ‘ମହାଳୟା’ ଅବସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁର ଜିଲ୍ଲାରେ ଜିଲ୍ଲାବ୍ୟାପୀ ‘ମେଗା ସ୍ୱଚ୍ଛତା ଅଭିଯାନ’ରେ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସ୍ଥାନୀୟ ନାଗରିକଙ୍କ ସହ ଅଂଶଗ୍ରହଣ କରି ସମ୍ବଲପୁରରେ ସଫେଇ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ । ଏହି ଅବସରରେ ସେ କହିଛନ୍ତି, ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍ ତରଫରୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ଜନ ଆନ୍ଦୋଳନ ତଥା ସ୍ୱଚ୍ଛତା ପର୍ବ ଆରମ୍ଭ କରାଯାଇଛି । ପ୍ରଶାସନର ଯୋଜନା ଅନୁଯାୟୀ ଆଜି ସମ୍ବଲପୁର ଜିଲ୍ଲାରେ ପାଖାପାଖି ଏକ ଲକ୍ଷ ଲୋକ ନିଜ ନିଜ ପରିସରରେ, ଆଖପାଖ ଓ ଘର ବାହାରକୁ ଯାଇ ସ୍ୱଚ୍ଛତା କାମରେ ଲାଗିଛନ୍ତି । ଆଜି ପବିତ୍ର ମହାଳୟା ଏବଂ ନବରାତ୍ରୀର ପୂର୍ବରୁ ସମ୍ବଲପୁର ଦେଶ ପାଇଁ ଏକ ନୂଆ ଉଦାହରଣ ତିଆରି କରିଛି । ସ୍ୱଚ୍ଛତା ଦ୍ୱାରା ସହର ସୁସ୍ଥ ରହିବ, ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ ଏବଂ ସମସ୍ତଙ୍କର ବିକାଶ ହେବ ।

ସେ ଆହୁରି କହିଛନ୍ତି ଯେ ସ୍ୱଚ୍ଛତା ହିଁ ସେବା- ଏହା ହେଉଛି ଆମ ସମାଜର ମୂଳ ମନ୍ତ୍ର । ପୂଜ୍ୟ ବାପୁ (ମହାତ୍ମା ଗାନ୍ଧୀ) କହୁଥିଲେ ଯେ ସ୍ୱଚ୍ଛତା ହେଉଛି ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେହି ମହାନ ଚିନ୍ତାଧାରାକୁ ଆପଣାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା’ ମାଧ୍ୟମରେ ଏହାକୁ ଏକ ବିଶାଳ ଜନ-ଆନ୍ଦୋଳନରେ ପରିଣତ କରିଛନ୍ତି । ସ୍ୱଚ୍ଛତାକୁ ଜୀବନର ଚରିତ୍ର ଏବଂ ସ୍ୱଭାବ ବନେଇବାକୁ ପଡ଼ିବ । ଘର ଭିତରକୁ ଆମେ ନିଜେ ସଫା କରୁଛେ, କିନ୍ତୁ ଘର ବାହାରକୁ ସମସ୍ତେ ମିଶି ସମାଜକୁ ସଫା କରିବାକୁ ପଡ଼ିବ।
‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତେ ନିଜ ପରିବେଶକୁ ଆବର୍ଜନାମୁକ୍ତ ରଖିବା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ଏବଂ ସ୍ୱଚ୍ଛତାକୁ ନିଜ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା। ନିଜ ଆଖପାଖ ପରିବେଶ, ଗ୍ରାମ ଓ ସହରକୁ ସବୁବେଳେ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ସମ୍ବଲପୁର ଜିଲ୍ଲାକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଜିଲ୍ଲା ଭାବେ ଗଢ଼ିବା ପାଇଁ ଆମେ ନିରନ୍ତର ପ୍ରୟାସ କରିବା ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।

ଉଲ୍ଲେଖନୀୟ, ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍‌ର ମିଳିତ ସହଯୋଗରେ ଆଜି ଜିଲ୍ଲାର ୫୦୦ରୁ ଅଧିକ ସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ୧ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଶ୍ରୀ ପ୍ରଧାନ ସ୍ୱଚ୍ଛତାର ଶପଥ ପାଠ କରାଇବା ସହ ଧନ୍ୟବାଦ ଜଣାଇଛନ୍ତି।

  • Related Posts

    ୩,୫୯୦ କୋଟିର ଋଣ ଜାଲିଆତି ଜିପିଆଇଏଲ୍‌ରେ ଇଡି ଚଢ଼ଉ

    ଭୁବନେଶ୍ବର: କୋଟି‌େ‌କାଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଥିବା ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜିପିଆଇଏଲ୍‌) ଏବଂ ଏହାର ସହସଂସ୍ଥାଗୁଡ଼ିକ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ମୋଟ ୯ଟି ସ୍ଥାନରେ…

    Continue reading
    ଆଜି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ

    ଭୁବନେଶ୍ବର: ଥାଇଲାଣ୍ଡ ଉପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଶନିବାର ମାଲାକ୍କା ସମୁଦ୍ର ସନ୍ଧି ପ୍ରଣାଳୀ ଉପରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଆଜି ଏହି ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ