ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରାଯିବ । ଏଥି ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ମହାନଗର ନିଗମର କମିଶନର ଓ ସମସ୍ତ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ‘ଏକ ପେଡ୍‌ ମା’କେ ନାମ୍‌’ ଶୀର୍ଷକ କାର୍ଯ୍ୟକ୍ରମ ଅଧିନରେ ପରିବେଶ ଓ ସବୁଜବନାନୀ ସୃଷ୍ଟି ପାଇଁ ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ ଏବଂ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନାଗରିକ ସମାଜର ସଦସ୍ୟଙ୍କୁ ନେଇ ସଚେତନତା ରାଲି, ସବୁଜ ୱାର୍ଡ ଅଭିଯାନର ଶୁଭାରମ୍ଭ, ‘ଗରିମା’ କାର୍ଯ୍ୟକ୍ରମର ସୂଚନା, ଶିକ୍ଷା ଓ ପ୍ରସାର ବ୍ୟବସ୍ଥା, ସହଯୋଗ ଯାନରେ ‘ସହଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର, ହର୍‌ ଘର୍‌ ତିରଙ୍ଗା: ହର୍‌ ଘର୍‌ ସ୍ୱଚ୍ଛତା ଥିମ୍‌ରେ ସହରାଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ମେଗା ସ୍ୱଚ୍ଛତା ଅଭିଯାନ, ସବୁଠାରୁ ପରିଷ୍କାର ସହର ବା ରାସ୍ତା ପାଇଁ ୱାର୍ଡ ସ୍ତରୀୟ ପ୍ରତିଯୋଗିତା, ସ୍ୱଚ୍ଛତା ପାଇଁ ଶପଥ ଗ୍ରହଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପଥ ଉତ୍ସବ ଓ ଏଥି ଅନ୍ତର୍ଗତ ରାସ୍ତା ନିରାପତ୍ତା ସଚେତନତା ସହ ବିଭିନ୍ନ କାର୍ଯ୍ୟକ୍ରମ, ଯୁବଗୋଷ୍ଠୀ ଓ ଛାତ୍ର ସମାଜ ପାଇଁ ପ୍ରବନ୍ଧ, ସ୍ଳୋଗାନ୍‌ ରାଇଟିଙ୍ଗ୍‌, ୱାର୍କସପ୍‌ ଓ ସ୍ପୋର୍ଟସ୍‌ ଦିବସ ଆଦି ପାଳନ କରାଯିବ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ