ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରାଯିବ । ଏଥି ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ମହାନଗର ନିଗମର କମିଶନର ଓ ସମସ୍ତ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ‘ଏକ ପେଡ୍‌ ମା’କେ ନାମ୍‌’ ଶୀର୍ଷକ କାର୍ଯ୍ୟକ୍ରମ ଅଧିନରେ ପରିବେଶ ଓ ସବୁଜବନାନୀ ସୃଷ୍ଟି ପାଇଁ ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ ଏବଂ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନାଗରିକ ସମାଜର ସଦସ୍ୟଙ୍କୁ ନେଇ ସଚେତନତା ରାଲି, ସବୁଜ ୱାର୍ଡ ଅଭିଯାନର ଶୁଭାରମ୍ଭ, ‘ଗରିମା’ କାର୍ଯ୍ୟକ୍ରମର ସୂଚନା, ଶିକ୍ଷା ଓ ପ୍ରସାର ବ୍ୟବସ୍ଥା, ସହଯୋଗ ଯାନରେ ‘ସହଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର, ହର୍‌ ଘର୍‌ ତିରଙ୍ଗା: ହର୍‌ ଘର୍‌ ସ୍ୱଚ୍ଛତା ଥିମ୍‌ରେ ସହରାଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ମେଗା ସ୍ୱଚ୍ଛତା ଅଭିଯାନ, ସବୁଠାରୁ ପରିଷ୍କାର ସହର ବା ରାସ୍ତା ପାଇଁ ୱାର୍ଡ ସ୍ତରୀୟ ପ୍ରତିଯୋଗିତା, ସ୍ୱଚ୍ଛତା ପାଇଁ ଶପଥ ଗ୍ରହଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପଥ ଉତ୍ସବ ଓ ଏଥି ଅନ୍ତର୍ଗତ ରାସ୍ତା ନିରାପତ୍ତା ସଚେତନତା ସହ ବିଭିନ୍ନ କାର୍ଯ୍ୟକ୍ରମ, ଯୁବଗୋଷ୍ଠୀ ଓ ଛାତ୍ର ସମାଜ ପାଇଁ ପ୍ରବନ୍ଧ, ସ୍ଳୋଗାନ୍‌ ରାଇଟିଙ୍ଗ୍‌, ୱାର୍କସପ୍‌ ଓ ସ୍ପୋର୍ଟସ୍‌ ଦିବସ ଆଦି ପାଳନ କରାଯିବ ।

  • Related Posts

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ଭୁବନେଶ୍ୱର, ୦୮/୦୮: ଆଜି ଓଡ଼ିଶା ବିଧାନସଭାର ନୂତନ ୱବ୍‌ସାଇଟ୍‌ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି େୱବ୍‌ସାଇଟ୍‌କୁ ଉନ୍ମୋଚନ କରି ବାଚସ୍ପତି…

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar