ହଷ୍ଟେଲରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଜସ୍ଥାନର ଶିକ୍ଷାନଗରୀ ଭାବେ ପରିଚିତ କୋଟା ଏବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ଭାବେ ପରିଚିତ ହେଲାଣି। ସାରା ଦେଶରୁ ଏଠାକୁ ଆଇଆଇଟି, ଜେଇଇ, ନିଟ୍‌ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି। ହେଲେ ଅତ୍ୟଧିକ ମାନସିକ ଚାପ ହେଉ ବା ଅନ୍ୟ କୌଣସି କାରଣରୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିବା ଘଟଣା ଚିନ୍ତା ବଢ଼ାଇଛି। କୋଟାରେ କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଛି ଅଘଟଣ। ଝୁଲି ପଡ଼ିଛନ୍ତି ଜଣେ ୧୬ ବର୍ଷୀୟ ଆଇଆଇଟି-ଜେଇଇ ପ୍ରସ୍ତୁତି କରୁଥିବା ଛାତ୍ର। ବିଜ୍ଞାନ ନଗର ଥାନା ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ପଙ୍ଖାରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଷ୍ଟେଲର ସମସ୍ତ ରୁମରେ ଲାଗିଥିବା ପଙ୍ଖାରେ ଆତ୍ମହତ୍ୟା ରୋକିବାକୁ ଆଣ୍ଟି-ହ୍ୟାଙ୍ଗିଂ ଡିଭାଇସ ଲାଗିଥିଲା। ଏହା ସତ୍ତ୍ୱେ ଛାତ୍ର ଜଣକ କିପରି ଏଥିରେ ଝୁଲିପଡ଼ି ନିଜ ଜୀବନ ହାରିଲେ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯଦିଓ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି, ହେଲେ ରୁମରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ। ତେବେ ନାବାଳକ ଛାତ୍ର ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାର ପ୍ରକୃତ କାରଣ ମଧ୍ୟ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଜ୍ଞାନ ନଗର ଥାନା ଅଧିକାରୀଙ୍କ କହିବା ମୁତାବକ, ୧୬ ବର୍ଷୀୟ ମୃତ ଛାତ୍ର ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। ବିହାରର ବୈଶାଳୀ ଜିଲ୍ଲାରେ ତାଙ୍କ ଘର। ସେ ଚଳିତ ବର୍ଷ ଏପ୍ରିଲ ମାସରୁ କୋଟାର ଏକ ଘରୋଇ କୋଚିଂ ସେଣ୍ଟରରେ ଆଇଆଇଟି-ଜେଇଇ ପ୍ରସ୍ତୁତି କରୁଥିଲେ। ପୁଲିସ କହିବା ଅନୁସାରେ ନାବାଳକ ଛାତ୍ର ଜଣଙ୍କୁ ତାଙ୍କ ପରିବାର ଲୋକେ ଶୁକ୍ରବାର ଦିନ ସାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଯାଇଦେଖିଲେ ବେଳକୁ ଛାତ୍ରଙ୍କ ମୃତଦେହ ସେ ରହୁଥିବା ରୁମର ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତେବେ ଚିନ୍ତାର ବିଷୟ ହେଉଛି ଚଳିତ ବର୍ଷ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ କୋଟାରେ ଛାତ୍ର ଆତ୍ମହତ୍ୟାର ଏହା ୧୭ଶ ମାମଲା। ପୂର୍ବ ବର୍ଷ, ଅର୍ଥାତ ୨୦୨୩ରେ କୋଟାରେ ମୋଟ ୨୬ ଛାତ୍ର ଆତ୍ମହତ୍ୟା ମାମଲା ଆସିଥିଲା।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ