ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ସ୍ଥାୟୀ ବେଞ୍ଚ ପାଇଁ ଅନେକ ରାଜ୍ୟରୁ ଦାବି ହେଉଛି। ହାଇକୋର୍ଟ ବିଭାଜନ ହେବା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚିବା ପାଇଁ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ ଅଛୁ। ଯଶବନ୍ତ ସିଂହ କମିସନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି। ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ। ଆଜି ଯାଏଁ କେନ୍ଦ୍ର ସରକାରଙ୍କୁ ଏକ ସମ୍ୱନ୍ୱିତ ପ୍ରସ୍ତାବ ଦିଆଗଲା ନାହିଁ। ଏ ବାବଦରେ ଓକିଲ ସଂଘ ସହ ଆଲୋଚନା ଚାଲିଛି। ଏକ ସମନ୍ୱିତ ପ୍ରସ୍ତାବ ପଠାଇବାର ଆବଶ୍ୟକତା ଅଛି। ବେଞ୍ଚ ପ୍ରତିଷ୍ଠା ଲାଗି ସ୍ଥାନ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
ଏଣେ ସମ୍ବଲପୁରଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, ମହାରାଷ୍ଟ୍ରକୁ ମିଳିଛି ଆଉ ଏକ ହାଇକୋର୍ଟ ବେଞ୍ଚ। କୋହ୍ଲାପୁରରେ ଏହି ବେଞ୍ଚ ପ୍ରତିଷ୍ଠା ହେବ। ଆସନ୍ତା ଅଗଷ୍ଟ ୧୮ ତାରିଖରୁ କାର୍ୟ୍ୟକ୍ଷମ ହେବ। ବିଜେଡି ଏହାକୁ ସ୍ୱାଗତ କରୁଛି। ହେଲେ ଓଡ଼ିଶାରେ ଆଜି ଯାଏଁ ଏପରି ହେଲାନି। ପଶ୍ଚିମ ଓଡ଼ିଶାରୁ ଦଶନ୍ଧି ଦଶନ୍ଧି ଧରି ଏହି ଦାବି ‌ହୋଇଆସୁଛି। ହେଲେ ଦୁର୍ଭାଗ୍ୟଜନକ କଥା ଯେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହା ପୂରଣ ହେଲାନି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ବେଞ୍ଚ ପାଇଁ ଚିଠି ଲେଖିଥିଲେ। ଯଦି ମହାରାଷ୍ଟ୍ରର ବିଜେପି ସରକାର କୋହ୍ଲାପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ କରି ପାରିଲେ, ତାହେଲେ ଓଡ଼ିଶାରେ ବିଜେପି ସରକାର କାହିଁକି କରିଲେ ନାହିଁ?

  • Related Posts

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ ଅଫ କରି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ୟୁ ଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର…

    ବିଜ୍ଞପ୍ତି ଜାରି : ନାଇଟ୍ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର

    ଭୁବନେଶ୍ୱର : ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ୟ୍ୟ କରିପାରିବେ । ଏଥିପାଇଁ ମହିଳାମାନେ ନିଜସ୍ୱ ସହମତି ପତ୍ର ଦେବାକୁ ପଡିବ । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା