
ଗଡ଼ମଧୁପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳର ଚଡ଼େଇଧରାରୁ ଢେଙ୍କାନାଳ ଯିବା ରାସ୍ତାରେ ଦୁର୍ଘଟଣା । ହାଇୱା ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି କ୍ଷ ମୃତକ ଚଡେଇଧରା ଗାଁର ମୁଦୁଲିକ୍ରସର ଛକ ନିକଟର ନବଘନ ପରିବା (୬୨ ବର୍ଷ) ଓ ସନିଆ ପ୍ରଧାନ (୫୫ ବର୍ଷ) ବୋଲି ଜଣାପଡିଛି କ୍ଷ
ସୂଚନା ମୁତାବକ, ୨ ଜଣ ବ୍ୟକ୍ତି ରାତିରେ ନିଜ ଚାଷ ଜମିକୁ ଜଗିଥିଲେ । ଏତିକି ବେଳେ ବାରମାଣ ପଟୁ ପଥର ବୋଝେଇ ଗାଡ଼ି ଦ୍ରୁତ ଗତିରେ ଆସି ୨ ଜଣଙ୍କ ଉପରେ ମାଡ଼ିଯାଇଥିଲା କ୍ଷ ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ଜେନାପୁର ଥାନା ଆଇଆଇସି, ଫାଣ୍ଡି ଅଧିକାରୀ ଓ ସ୍ଥାନୀୟ ୧ ୨ ନଂ ଜୋନର ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି ।




