
ଭୁବନେଶ୍ବର: ଶୀତରେ ଥରୁଛି ସାରା ରାଜ୍ୟ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ପୂର୍ବରୁ ପଶ୍ଚିମ – ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ଭଙ୍ଗା ଶୀତର ପ୍ରକୋପ ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ପାଗରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରି ପାଣିପାଗ ବିଭାଗ ।ଏନେଇ ପାଣିପାଗ ବିଜ୍ଞାନୀ ରାଜଶ୍ରୀ କହିଛନ୍ତି,”ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସବୁଠାରୁ କମ୍ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ଚେତାବନୀ ନାହିଁ । ଆସନ୍ତା ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶଖିଲା ରହିବା ସମ୍ଭାବନା ଅଛି । ତେଣୁ କୌଣସି ଚେତାବନୀ ଦିଆଯାଇନାହିଁ ।”ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି (ଗୁରୁବାର) ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ । ଫୁଲବାଣୀରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବାର ସମ୍ଭାବନା ଅଛି । ସେହିଭଳି ଅନୁଗୋଳରେ ୧୨ ଡିଗ୍ରୀ ସେଲସିୟସ, କୋରାପୁଟ ୧୪ ଡିଗ୍ରୀ ସେଲସିୟସ୍, ରାଉରକେଲା ୧୧ ଡିଗ୍ରୀ ଓ ଝାରସୁଗୁଡାରେ ୧୧ ଡିଗ୍ରୀ , କେନ୍ଦୁଝର ୧୨ ଡିଗ୍ରୀ, ଢେଙ୍କାନାଳ ୧୪ ଡିଗ୍ରୀ , ଭଦ୍ରକରେ ୧୬ ଡିଗ୍ରୀ ଏବଂ ସୁନ୍ଦରଗଡରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ ।ସେହିପରି ନବରଙ୍ଗପୁର ୧୫ ଡିଗ୍ରୀ, ଭବାନୀପାଟଣା ୧୪ ଡିଗ୍ରୀ, ଟିଟିଲାଗଡ ୧୬ ଡିଗ୍ରୀ, ବଲାଙ୍ଗୀର ୧୪ ଡିଗ୍ରୀ, ସୋନପୁରରେ ୧୫ ଡିଗ୍ରୀ, ମାଲକାନଗିରି ୧୯ ଡିଗ୍ରୀ, ରାୟଗଡା ୧୬ ଡିଗ୍ରୀ, ନୟାଗଡ ୧୬ ଡିଗ୍ରୀ, ଖୋର୍ଦ୍ଧା ୧୬ ଡିଗ୍ରୀ, ଭୁବନେଶ୍ୱର ୧୫ ଡିଗ୍ରୀ, କଟକ ୧୫ ଡିଗ୍ରୀ, ବାରିପଦା ୧୬ ଡିଗ୍ରୀ, ସମ୍ବଲପୁରରେ ୧୪ ଡିଗ୍ରୀ ସେଲସିୟସ ଓ କେନ୍ଦ୍ରାପଡା ଜିଲ୍ଲାରେ ୧୯ ଡିଗ୍ରୀ ସେଲସିୟସ , ଗଞ୍ଜାମ ୧୭ ଡିଗ୍ରୀ, ପାରଳାଖେମୁଣ୍ଡି ୧୯ ଡିଗ୍ରୀ, ବୌଦ୍ଧ ୧୬ ଡିଗ୍ରୀ, ନୂଆପଡ଼ା ୧୭ ଡିଗ୍ରୀ, ବରଗଡ଼ ୧୮ ଡିଗ୍ରୀ, ବାଲେଶ୍ବର ୧୬ ଡିଗ୍ରୀ, ଜଗତସିଂହପୁର ୧୯ ଡିଗ୍ରୀ, ପୁରୀ ୧୯ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ରହିଛି ।


