
ଅନୁଗୋଳ : ସୋଲାରରୁ କରେଣ୍ଟ ଲାଗି ହାତୀର ମୁତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍ ନାଳିଆ ସାହିରେ ହାତୀର ମୃତଦେହ ଠାବ ହୋଇଛି ।
ସୂଚନାଯୋଗ୍ୟ ଯେ, ହାତୀ ଦାଉରୁ ରକ୍ଷା ପାଇଁ ବନ ବିଭାଗ ସୋଲାର ଲଗାଇଥିଲେ । ସେହି ସୋଲାର କରେଣ୍ଟ ଲାଗି ହାତୀର ମୁତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି । ତେବେ କିଛି ଦିନ ହେବ ସେହି ଅଞ୍ଚଳରେ ହାତୀ ମାନେ ରହି ବୁଲାବୁଲି କରୁଥିବା ବନ ବିଭାଗ କହିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ ପାଇଁ ଉଦ୍ୟମ କରୁଛି । ତେବେ ହାତୀ ମୁତ୍ୟୁ ପାଇଁ ପ୍ରକୃତରେ କିଏ ଦାୟୀ ତାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।








