ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ କୁସୁମପାଟ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ପ୍ରମିଳା ସାହୁ (୬୫)। ବନ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ ଗ୍ରାମ ଠାରୁ ଅଳ୍ପ କିଛି ଦୂରରେ ଥିବା ଗୋଟିଏ ଆମ୍ବ ତୋଟାକୁ ଆଜି ଭୋର୍ ସକାଳ ସାଢ଼େ ଚାରିଟା ବେଳେ ଆମ୍ୱ ଗୋଟାଇ ଯାଇଥିବା ବେଳେ ବୃଦ୍ଧାଙ୍କୁ ହାତୀ କଚାଡ଼ି ଦେଇଥିଲା। ଯାହା ଫଳରେ ତାଙ୍କର ଗୋଟିଏ ଜଂଘ ଭାଙ୍ଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

  • Related Posts

    ଆସିକା SDPO ନିଲମ୍ବିତ

    ଆସିକା: ଆସିକା SDPO ସନ୍ତୋଷ କୁମାର ଜେନା ନିଲମ୍ବିତ। SDPOଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ IGଙ୍କ ଅଫିସରେ କାର୍ଯ୍ୟ କରିବେ SDPO। IGଙ୍କ ବିନା ଅନୁମତିରେ ଅନ୍ୟତ୍ର ନଯିବାକୁ ଚିଠିରେ ନିର୍ଦ୍ଦେଶ…

    Continue reading
    ଇଞ୍ଜିନିୟରିଂ ଛାତ୍ରୀଙ୍କୁ ୪ ଜଣ ମିଶି କଲେ ଗଣବଳାତ୍କାର

    ଭୁବନେଶ୍ବର:ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଲେଜରେ ପଢ଼ୁଥିବା ପୀଡ଼ିତା ଇଞ୍ଜିନିୟରିଂ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ରୁମ୍‌କୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ