ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସକାଳ ପ୍ରାୟ ସାଢେ ୯ ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ରାକ୍ଷୀ ପୂର୍ଣ୍ଣିମାରେ ଛୁଟି ଥିବାରୁ ବସ୍‌ ଚାଳକ ବସ୍‌କୁ ନେଇ ଗ୍ୟାରେଜକୁ ଆସୁଥିଲେ । ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା କ୍ଷଣି ଚାଳକ ବସ୍‌ରୁ ଡେଇଁ ନିଜକୁ ରକ୍ଷା କରିଥିଲେ । ବ୍ୟାଟେରୀରୁ ସଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ବସ୍‌ଟି କାରଖାନା ଶ୍ରମିକଙ୍କୁ ନେବା ଆଣିବା କାର୍ୟ୍ୟରେ ନିୟୋଜିତ ହୋଇଥାଏ । ମାତ୍ର ଆଜି ଛୁଟି ଥିବାରୁ ବସ୍‌ଟି କୁଆଡେ ଯାଇ ନଥିବା ଜଣାପଡିଛି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ