ହେବ କି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ?

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ କି? ଏ ଚର୍ଚ୍ଚା ସପ୍ତାହେ ହେବ ଥମିଥିଲା ବେଳେ ସୋମବାର ଘିଅରେ ନିଆଁ ଢାଳିଛି ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ଏ ଭେଟଘାଟ ପଛରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ସ୍ଥାନ ପାଇଥିବା ଅସମର୍ଥିତ ସୂତ୍ର କହୁଛି । ସୋମବାର ରାଜଭବନ ଯାଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ଘଣ୍ଟାଏ କାଳ ଦୁହିଁଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଛି । ରାଜ୍ୟରେ ଏବେ ଯେଉଁଭଳି ରାଜନୈତିକ ପରିସ୍ଥିତି ଲାଗି ରହିଛି ସେ ଦୃଷ୍ଟିରୁ ଏ ସାକ୍ଷାତ ବହୁ ଗୁରୁତ୍ୱ ବହନ କରୁଛି । ରାଜନୈତିକ ମହଲର ଯୁକ୍ତି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇ ଥାଇପାରେ । ବାଲେଶ୍ୱର ଏଫ୍‌ଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ବଳଙ୍ଗା ଘଟଣାକୁ ନେଇ ରାଜନୀତି ତେଜିଥିଲା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇ ଥାଇପାରନ୍ତି ବୋଲି କୁହାଯାଉଛି । ରାଜ୍ୟ ସରକାର ଏବେ ଆରମ୍ଭ କରିଥିବା ଶକ୍ତିଶ୍ରୀ ଯୋଜନା ଓ କ୍ୟାମ୍ପସ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ତୁରନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ସୂଚନା ଦେଇଥିଲେ । ନିକଟରେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏପରିକି ଜୁଲାଇ ୨୫ ସୁଦ୍ଧା ସଂପ୍ରସାରଣ ହେବ ବୋଲି ଦିଲ୍ଲୀରେ କାଳେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ମାତ୍ର ସାଂପ୍ରତିକ ରାଜନୈତିକ ସ୍ଥିତିରେ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦେବେ ନା ଦିନ ଗଡ଼ିବ ତାହା ସ୍ପଷ୍ଟ ହୋଇନି । ରାଜ୍ୟରେ ଏବେ ରାଜନୈତିକ ସ୍ଥିତି ବେଶ ତତଲା ରହିଛି । ରାଜ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଘଟିଲେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ଏକ ସ୍ୱାଭାବିକ ଘଟଣା । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ରହିଛି । ତା ପୂର୍ବରୁ ହୁଏତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ । ଏ ସଂପର୍କରେ ରାଜ୍ୟପାଳଙ୍କ ସହ ମୋହନ ଚର୍ଚ୍ଚା କରି ସମୟ ମାଗି ଥାଇ ପାରନ୍ତି ବୋଲି କୁହାଯାଉଛି । ମାତ୍ର ସରକାର କିମ୍ବା ଦଳ ପକ୍ଷରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କିଛି ସ୍ପଷ୍ଟ କରାଯାଇନି।

  • Garvita Odia

    Related Posts

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ନୂଆଦିଲ୍ଲୀ : ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍‌ସରେ ଭେଟିଛନ୍ତି ବିଜେଡିର ୪ ସାଂସଦ। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ…

    ଉପରାଷ୍ଟ୍ରପତିଙ୍କ ଇସ୍ତଫା ଶୁଣି ବ୍ୟକ୍ତିଗତ ଭାବେ ମର୍ମାହତ: ସିବଲ

    ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ । ଧନଖଡ ତାଙ୍କ ଇସ୍ତଫା ପଛରେ ତାଙ୍କ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ, ବିରୋଧୀ ଏବେ…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା