ୟୁକ୍ରେନ୍‌ରେ ଭାରତୀୟ ଔଷଧ ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜଣେ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଥିବା ଭାରତର କୁସୁମ ଗ୍ରୁପ୍‌ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ ଆହତ ହୋଇଛନ୍ତି। ୟୁକ୍ରେନ୍ର ସୁମିଠାରେ ଥିବା ଉକ୍ତ ପ୍ଲାଣ୍ଟର ମୁଖ୍ୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆକ୍ରମଣ ସ୍ଥଳରୁ ବହୁ ଉଚ୍ଚ ପର୍ଯ୍ୟନ୍ତ ଧୂଆଁ ଉଠୁଥିବା ଦେଖାଯାଇଛି। ୧୯୯୪ରେ କୁସୁମ ଗ୍ରୁପ୍‌ ୟୁକ୍ରେନ୍‌ରେ ଭାରତୀୟ ଔଷଧ ରପ୍ତାନିର ଡିଷ୍ଟ୍ରିବ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ଏହାକୁ ରାଜୀବ ଗୁପ୍ତା ଚଳାଉଛନ୍ତି। ୨୦୦୨ରେ ଏହା ଅନ୍ୟ କମ୍ପାନୀଗୁଡ଼ିକର ଉତ୍ପାଦଗୁଡ଼ିକର ବିପଣନକୁ ବନ୍ଦ କରି ନିଜ ବ୍ରାଣ୍ଡ୍‌ର ମାର୍କେଟିଂ ଆରମ୍ଭ କରିଥିଲା। ପରେ ଏହା ଔଷଧ ଉତ୍ପାଦନ ଆରମ୍ଭ କରିଥିଲା। ୨୦୦୭ରେ କମ୍ପାନୀ ଭାରତରେ କାରଖାନା ବସାଇବା ସହ ୨୦୦୯ରେ ୟୁକ୍ରେନ୍‌ର ସୁମିଠାରେ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା।
ରବିବାର ସକାଳେ ରୁଷିଆ ପୁନର୍ବାର କିଭ୍‌ରେ ଥିବା ପିଭ୍‌ନିଚନି ବ୍ରିଜ୍‌ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି। ସେମାନେ ସାଧାରଣ ଔଷଧ କମ୍ପାନୀର ଗୋଦାମ ଘର ଉପରେ ଆକ୍ରମଣ କରିଛନ୍ତି।

  • Related Posts

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading
    ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

    ନୂଆଦିଲ୍ଲୀ : ରବିବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ