ୟୁକ୍ରେନ୍‌ ଉପରେ ରୁଷ୍ କରିଛି ବଡ଼ ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: କଏଦୀମାନଙ୍କୁ ମୁକ୍ତ କରିବା ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ୍ କରିଛି ବଡ଼ ଏୟାର ଷ୍ଟ୍ରାଇକ୍‌ । ଯାହାକୁ ଏବେସୁଦ୍ଧା ହୋଇଥିବା ହମଲା ଠାରୁ ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି। ରିପୋର୍ଟ୍ସ ମୁତାବିକ , ୟୁକ୍ରେନ ଉପରେ ରୁଷ୍‌ ୩୬୭ଟି ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଛି। ଏହି ହମଲାରେ ୟୁକ୍ରେନର ବଡ଼ ଧରଣର କ୍ଷତି ହୋଇଛି। ଏହି ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍‌ କୁହାଯାଉଛି। ସୂଚନା ମୁତାବିକ, ହମଲାରେ ଅତି କମ୍‌ରେ ୧୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୩ଜଣ ପିଲା ମଧ୍ୟ ସାମିଲ ଅଛନ୍ତି। ସେପଟେ ଅନେକ ଲୋକ ଆହତ ହୋଇଛନ୍ତି।

ୟୁକ୍ରେନ ଦାବି କରିଛି ଯେ, ତାର ଏୟାରଫୋର୍ସ ରୁଷର ୨୬୬ଟି ଡ୍ରୋନ୍‌ ଓ ୪୫ଟି ମିସାଇଲକୁ ମାରି ଖସାଇ ଦେଇଛି। ହେଲେ କ୍ଷତି ସଂପୂର୍ଣ୍ଣ ରୋକା ଯାଇ ପାରି ନାହିଁ। ଏହି ହମଲାରେ ଆପାର୍ଟମେଣ୍ଟ୍ସ ଓ ବିଲ୍ଡିଂ ଗୁଡ଼ିକର ବଡ଼ କ୍ଷତି ହୋଇଛି। କିଭ୍‌ର କହିବାନୁସାରେ , ରୁଷ୍‌ ବାଲିଷ୍ଟିକ୍‌ ମିସାଇଲରେ ମଧ୍ୟ ହମଲା କରିବାରୁ ହଟିନାହିଁ। ଏହି ହମଲା ପରେ ଭୋଲୋଦିମିର ଜେଲେନସ୍କି ପୁଣି ଥରେ ଆମେରିକାକୁ ଟାର୍ଗେଟ୍‌କୁ ନେଇଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ।ଜେଲେନସ୍କି କହିଛନ୍ତି, ଆମେରିକା ଓ ବିଶ୍ୱର ନିରବତା ଭ୍ଲାଦିମିର ପୁଟିନଙ୍କୁ ଉତ୍ସାହିତ କରୁଛି। ୟୁକ୍ରେନ ଉପରେ ଆତଙ୍କୀ ହମଲା କରୁଛି ରୁଷ୍‌। ତା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହା କଣ ଯଥେଷ୍ଟ ନୁହେଁ ? ସେ କହିଛନ୍ତି ଯେ, ବିନା ଚାପରେ କିଛି ବି ବଦଳିବ ନାହିଁ। ରୁଷ୍‌ ଓ ଏହାର ସହଯୋଗୀ ପଶ୍ଚିମୀ ଦେଶରେ ଏମିତି ହିଁ ଧ୍ୱଂସ ଲୀଳା ଜାରି ରଖିବେ।

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ