“ୟୁଜର୍ ଏକ୍ସପିରିଏନ୍ସ (UX) ଓ ଡିଜାଇନ୍ ସିଷ୍ଟମ୍” ବିଷୟରେ ରାଜ୍ୟସ୍ତରୀୟ ସଚେତନତା ଓ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,୧୩/୦୮/୨୦୨୫:ଆଜି ଲୋକସେବା ଭବନ କନଭେନସନ ସମ୍ମିଳନୀ କେନ୍ଦ୍ରରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ଉପରେ ରାଜ୍ୟସ୍ତରୀୟ ସଚେତନତା ଏବଂ ସମ୍ବେଦନଶୀଳତା କର୍ମଶାଳା ଆୟୋଜିତ ହୋଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ କୁମାର ଦେବ ଏହି କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ “ଡିଜିଟାଲ୍ ସେବାର ମୂଳକେନ୍ଦ୍ରରେ ନାଗରିକଙ୍କ ଆବଶ୍ୟକତାକୁ ରଖି, ସୁଗମ ଓ ସମାବେଶୀୟ ପ୍ଲାଟଫର୍ମ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଦରକାର ” ବୋଲି କହି ଥିଲେ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡା: ପ୍ରଦୀପ କୁମାର ରାଉତ କହିଥିଲେ ଯେ ଆୟୋଜିତ ଏହି ପ୍ରୟାସର ଉଦ୍ଦେଶ୍ୟ ଥିଲା, ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ନାଗରିକ-ମୁଖୀ, ସୁବୋଧ, ସହଜ ପ୍ରବେଶଯୋଗ୍ୟ ଓ ମାନକୀକୃତ କରିବା ପାଇଁ User-Centric Design ଓ Design System ବିଷୟରେ ସଚେତନତା ବୃଦ୍ଧି କରିବା।
ଏହି କର୍ମଶାଳାରେ ଉପଭୋକ୍ତା ଅଭିଜ୍ଞତା ଏବଂ ଡିଜାଇନ୍ ସିଷ୍ଟମ ବିଷୟ ଉପର ପାଞ୍ଚଟି ସତ୍ରରେ ଯୁଜର୍ ଏକ୍ସପିରିଏନ୍ସ ଓ ଇଣ୍ଟରଫେସ୍ ଡିଜାଇନ୍ ର ମୂଳଭିତ୍ତି, ଡିଜିଟାଲ୍ ପ୍ଲାଟଫର୍ମ ପାଇଁ Accessibility Guidelines, ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ଡିଜାଇନ୍ ସିଷ୍ଟମ୍, ୟୁଜର୍ ଫିଡ୍ବ୍ୟାକ୍ ଓ ୟୁଜାବିଲିଟି ପରୀକ୍ଷା, ଡିଜିଟାଲ୍ ସେବାରେ ନିରନ୍ତର ସୁଧାର ପ୍ରକ୍ରିୟା ଉପରେ ପ୍ରମୁଖ ଅଲୋଚନା ହୋଇଥିଲା । କର୍ମଶାଳାରେ ସାମୁହିକ ଚର୍ଚ୍ଚା, ଗୋଷ୍ଠୀ କାର୍ଯ୍ୟକଳାପ ଓ ଅଭିଜ୍ଞତା ବିନିମୟ ମାଧ୍ୟମରେ ପ୍ରାୟୋଗିକ ଜ୍ଞାନ ବିକାଶ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ସମସ୍ତ ବିଭାଗକୁ ନାଗରିକ-ମୁଖୀ ଡିଜାଇନ୍ ପ୍ରଥା ଗ୍ରହଣ କରି, ଡିଜିଟାଲ୍ ସେବାକୁ ଅଧିକ କାର୍ଯ୍ୟକାରୀ ଓ ସହଜ ପ୍ରବେଶଯୋଗ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲା । ଶେଷରେ ଏନ.ଆଇ.ସି.ର ଉପ ମହାନିର୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡା. ଅଶୋକ କୁମାର ହୋତା ଧନ୍ୟବାଦ ଦେଇଥିଲେ ।

  • Related Posts

    ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

    ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍‌ଟିଷ୍ଟ ଓ କ୍ୟାଥଲିକ୍‌…

    Continue reading
    କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ